ଭଦ୍ରକ, ୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଗୋବିନ୍ଦପୁର ପଂଚାୟତସ୍ଥିତ କୋରୁଆ ଗ୍ରାମର ଯୁବକ ହିତେଶ କୁମାର ବେହୁରିଆ(୨୦)ଙ୍କର ପୁଣେ ନିକଟରେ ସଡକ ଦୁର୍ଘଟଣାରୁ ମୃତ୍ୟୁ ଘଟିଛି।ଏହି ଅଘଟଣ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି।ସ୍ଥାନୀୟ କୋରୁଆ ଗ୍ରାମର ସଦାଶିବ ବେହୁରିଆଙ୍କ ଏକମାତ୍ର ପୁଅ ହିତେଶ ମହାରାଷ୍ଟ୍ର ରାଜ୍ୟର ପୁଣେ ଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।ଗତକାଲି ରାତି ପ୍ରାୟ ସାଢ଼େ ଦଶଟା ବେଳେ ହିତେଶ ଏବଂ କୋରୁଆ ଗ୍ରାମର ତାଙ୍କର ଅନ୍ୟ ଚାରିଜଣ ସାଙ୍ଗ ରାସ୍ତା ପାର୍ଶ୍ୱରେ ଛିଡା ହୋଇ ପରସ୍ପର କଥାବାର୍ତା ହେଉଥିଲେ।ଏହି ସମୟରେ ଦ୍ରୁତଗତିରେ ଏକ କାର ଆସି ଠିଆ ହୋଇଥିବା ଯୁବକମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।ଦୁଇ ଜଣ ହଠାତ ପଳାଇ ଯାଇ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିଲେ। ତିନିଜଣ କାର ଧକ୍କାରେ ଆହତ ହୋଇଥିଲେ।ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ହିତେଶଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ନିଆଯାଇଥିଲା।ଭେଂଟିଲେଟର ସିଷ୍ଟମରେ ଥିବା ଜିତେଶଙ୍କର ଆଜି ଅପରାହ୍ନରେ ସେଠାରେ ମୃତ୍ୟୁ ଘଟିଥିଲା।ସେଠାରେ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।ବାଙ୍ଗାଲୋରରେ ରହୁଥିବା ତାଙ୍କର ସମ୍ପର୍କୀୟ ପୁନେରେ ପହଂଚିଥିବା ବେଳେ ଆସନ୍ତାକାଲି ହିତେଶଙ୍କ ମୃତଦେହ କୋରୁଆ ଅଣାଯିବାର ସମ୍ଭାବନା ରହିଛି।








