ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶାନ୍ତି ବଜାୟ ରଖିବା ପାଇଁ ହୋଇଥିବା ଶାନ୍ତି କମିଟି ବୈଠକର ଫଟୋକୁ ନେଇ ଡିଜିଟାଲ୍ କାରସାଦି। ମୂଳ ଫଟୋରେ ଥିବା ବ୍ୟକ୍ତିଙ୍କ ପୋଷାକ ଓ ଟୋପିକୁ ଡିଜିଟାଲ୍ ମାଧ୍ୟମରେ ପରିବର୍ତନ କରି ସୋସିଆଲ୍ ମିଡିଆରେ ପ୍ରସାର କରାଯାଇଥିବା ଅଭିଯୋଗ ଏବେ ଧାମନଗରରେ ଚର୍ଚ୍ଚାର ବିଷୟ ହୋଇଛି। ଏପରି କାର୍ଯ୍ୟ ଅଂଚଳର ସାମ୍ପ୍ରଦାୟିକ ସଦ୍ଭାବ ଓ ଶାନ୍ତିଶୃଙ୍ଖଳାକୁ ବିପନ୍ନ କରିବାର ଉଦ୍ଦେଶ୍ୟରେ କରାଯାଇଥିବା ଦର୍ଶାଇ ଶାନ୍ତି କମିଟିର ସଦସ୍ୟମାନେ ଧାମନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୯ ତାରିଖରେ ଆଗାମୀ ପର୍ବପର୍ବାଣୀକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ଉଦ୍ଦେଶ୍ୟରେ ଧାମନଗର ବ୍ଲକ ସଭାଗୃହରେ ଶାନ୍ତି କମିଟିର ଏକ ବୈଠକ ହୋଇଥିଲା। ତେବେ ଉକ୍ତ ବୈଠକର ଏକ ମୂଳ ଫଟୋକୁ ବିକୃତ କରି ସେଥିରେ ଉପସ୍ଥିତ କିଛି ବ୍ୟକ୍ତିଙ୍କ ପୋଷାକ ଓ ଟୋପି ପରିବର୍ଲନ କରାଯାଇ ଗେରୁଆ ରଙ୍ଗର ଟୋପି ଲଗାଯାଇଥିବା ଅଭିଯୋଗ ହୋଇଛି। ଏହି ବିକୃତ ଫଟୋକୁ “ମୁସଲମାନ କା ଆୱାଜ’ ନାମକ ଫେସବୁକ୍ ପେଜ୍ରେ ପୋଷ୍ଟ କରାଯିବା ସହ ଅନ୍ୟ ସୋସିଆଲ୍ ମିଡିଆ ମାଧ୍ୟମରେ ମଧ୍ୟ ପ୍ରଚାର କରାଯାଇଥିବା ଏତଲାରେ ଉଲ୍ଲେଖ ରହିଛି। ଏଭଳି ଫଟୋ ବିକୃତିକରଣ ପଛରେ ଅସାମାଜିକ ଉଦ୍ଦେଶ୍ୟ ରହିଥିବା ଏବଂ ଏହାଦ୍ୱାରା ଦୁଇ ସମ୍ପ୍ରଦାୟ ମଧ୍ୟରେ ଅବିଶ୍ୱାସ ଓ ଉଲେଜନା ସୃଷ୍ଟି ସହ ଅସଙ୍ଖଳର ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ କରି ଶାନ୍ତି କମିଟିର ସଦସ୍ୟମାନେ ମିଳିତ ଭାବେ ଥାନାରେ ଲିଖିତ ଏତଲା ଦେଇଛନ୍ତି।ଏହି ଅଭିଯୋଗ ଆଧାରରେ ଧାମନଗର ଥାନା କେସ୍ ନଂ ୪୬୭, ତାରିଖ ୦୧.୧୧.୨୦୨୬ରେ ବିଏନ୍ଏସ୍ର ଧାରା ୧୯୬(୧), ୨୯୯, ୩୫୩(୨) ଓ ୩୫୬(୩) ଅନୁଯାୟୀ ମାମଲା ରୁଜୁ ହୋଇଛି। ଇନ୍ସପେକ୍ଟର ସୁଭ୍ରଜିତ ଦାସ ଏହି ମାମଲାର ତଦନ୍ତ ଭାର ନେଇଛନ୍ତି। ଏ ସମ୍ପର୍କରେ ଥାନା ଅଧିକାରୀ ସୁଭ୍ରଜିତ ଦାସ କହିଛନ୍ତି, ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲିଛି ଏବଂ ଖୁବ୍?ଶୀଘ୍ର ଦୋଷୀଙ୍କୁ ଧରାଯିବ।ଶାନ୍ତି ଓ ସଦ୍ଭାବର ବାର୍ତା ଦେବା ପାଇଁ ଆୟୋଜିତ ବୈଠକର ଫଟୋକୁ ନେଇ ଏଭଳି ବିବାଦ ସୃଷ୍ଟି ହେବା ଘଟଣା ଏବେ ଧାମନଗରରେ ଆଲୋଚନାର ବିଷୟ ପାଲଟିଛି। ତେବେ ଫଟୋ ବିକୃତିକରଣ ପଛରେ କିଏ ରହିଛି ଏବଂ ଏହାର ଉଦ୍ଦେଶ୍ୟ କ’ଣ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
Home ଜିଲ୍ଲା ପରିକ୍ରମା ଶାନ୍ତି କମିଟି ଫଟୋରେ ଡିଜିଟାଲ୍ କାରସାଦି, ପୋଷାକ ଓ ଟୋପି ବଦଳାଇ ସାମ୍ପ୍ରଦାୟିକ ଉତେଜନା ସୃଷ୍ଟି...








