ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାପ୍ରଭୁ ଆଖଣ୍ଡଳମଣି ପୀଠକୁ ଯାଇଥିବା ରାସ୍ତାର ପ୍ରବେଶ ପଥଟି ଗତ କିଛି ବର୍ଷ ଧରି ମରାମତି ନହେବା ଫଳରେ ନାହିଁ ନଥିବା ପରସ୍ଥିତି ସୃଷ୍ଟି ହୋଇପଡିଛି।ଏହି ସଡ଼କପଥ ଦେଇ ପ୍ରତିଦିନ ୩୦ରୁ ଉର୍ଦ୍ଧ ବସ୍ ଆରଡ଼ିକୁ ଓ୧୦ରୁ ଅଧିକ ସ୍କୁଲ ବସ୍ ଯାତାୟାତ କରିଥାଏ।ଏହା ବ୍ୟତୀତ ଶହ ଶହ ସଂଖ୍ୟା ରେ ଚାରିଚକିଆ,ଦୁଇ ଚକିଆ ଗାଡି ଗମନା ଗମନ କରିଥାନ୍ତି।ପ୍ରବେଶ ପଥଟିର ବାମ ପାର୍ଶ୍ୱ ରାସ୍ତାରେ ନୂଆ ମେଡିକାଲ ଥିବାରୁ ସବୁବେଳ ପାଁଇ ଏହିସ୍ଥାନଟି ଜନଗହଳିପୁର୍ଣ ହୋଇଥାଏ।ଏଭଳି ଅବସ୍ଥାରେ ସମ୍ପୃକ୍ତ ରାସ୍ତାଟିର ଶୋଚନୀୟ ଅବସ୍ଥା ସାଙ୍ଗକୁ ବର୍ଷା ଜଳ ନିଷ୍କାସିତ ନହୋଇ ଜମିରହିବା ଯାତ୍ରୀମାନଂକୁ ଦୂର୍ଦଶା ମୁଁହକୁ ଠେଲି ଦେଇଛି।ଅଂଚଳବାସୀଙ୍କ ପକ୍ଷରୁ ରାସ୍ତାର ଦୁରାବସ୍ଥା ସମ୍ପର୍କରେ ଦୁଇତିନି ବର୍ଷ ଧରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି।ଗତ ଛ ମାସ ତଳେ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର,ତତ୍କାଳୀନ ଜିଲ୍ଲାପାଳ ଦିଲୀପ ରାଉତରାୟ,ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ଭଦ୍ରକ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆ ଓ ଜାତୀୟ ରାଜପଥ କତୃପକ୍ଷ ଆରଡ଼ିଛକ ପରିଦର୍ଶନ କରି ସମସ୍ୟାର ସମାଧନ ପାଇଁ ପଦକ୍ଷେପ ନିଆଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦେବା ସହ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ, ତାହା ଏବେ ଫାଇଲ ତଳେ ଚାପି ହୋଇ ରହିଯାଇଛି। ତାହା ଆଜିସୁଦ୍ଧା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସୁଫଳ ନମିଳିବାରୁ ଆଜି ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବୋଲି ଆରଡ଼ିଛକ ଅଂଚଳବାସୀଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି।ଅତିଷ୍ଠ ଗ୍ରାମବାସୀ ଆଜି ପୂର୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଦେବୀପ୍ରସନ୍ନ ଘୋଷଙ୍କୁ ଭେଟି ଏକ ୭ ଦଫା ସମ୍ବଳିତ ଦାବିପତ୍ର ଦେଇ ୭ ଦିନ ମଧ୍ୟରେ ରାସ୍ତାର ନିର୍ମାଣ କାର୍ଯ୍ୟ ନସାରିଲେ ରାସ୍ତାରୋକ କରିବାର ଚେତାବନୀ ଦେଇଥିଲେ। ଏବଂ ଏ ସଂପର୍କରେ ଏକ ଲିଖିତ ପ୍ରତିଶୃତି ଦେବାକୁ ଜିଦ ଧରି ବସିଥିଲେ।ପରେ ଅଧିକ୍ଷଣଯନ୍ତ୍ରୀ ଶ୍ରୀ ଘୋଷ ଆଜି ସନ୍ଧ୍ୟାରେ ଲିଖିତ ଆକାରରେ ଏକ ପ୍ରତିଶ୍ରୁତି ପତ୍ର ଦେବାର ସମ୍ମତି ପ୍ରକାଶ କରିବା ପରେ ଅସନ୍ତୁଷ୍ଟ ଅଂଚଳବାସୀଙ୍କ ଘେରାଉ କାର୍ଯ୍ୟକ୍ରମ ପ୍ରତ୍ୟାହୃତ ହୋଇଥିଲା ।ଏହି ଘେରାଉ କାର୍ଯ୍ୟକ୍ରମରେ ପ୍ରାଚୀ ନଗର କମିଟିର ସଭାପତି ଅଶୋକ କୁମାର ପରିଜା,ଧୀରେନ୍ଦ୍ର ପୁହାଣ,ସୁରେଶ ଚନ୍ଦ୍ର ଜେନା,ରାଜେନ୍ଦ୍ର ପ୍ରସାଦ ରାୟ,ନିରାକାର ମିଶ୍ର,ତାପସ କୁମାର ରାୟ,ଜନ୍ମେଜୟ ସୁତାର,ଚିନ୍ମୟ ମଲିକ,ସୋମ୍ୟ ପ୍ରକାଶ ଦାସ,ଆଲୋକ ମିଶ୍ର,ଅମର ମଲ୍ଲିକ,ସତ୍ୟରଞ୍ଜନ ଖୁଂଟିଆ,ଚଗଲୁ ଜେନା,ସତ୍ୟସିଦ୍ଧାର୍ଥ ଗୋପାଳ,ଶୁଭେନ୍ଦୁ ଦାସ,ରବିନାରାୟଣ ମହାପାତ୍ର, ଶଶାଙ୍କ ତ୍ରିପାଠୀ, ବିରେନ୍ଦ୍ର ପୁହାଣ ପ୍ରମୁଖ ସାମିଲ ଥିଲେ।
Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣି ରାସ୍ତାର ଶୋଚନୀୟ ଅବସ୍ଥା, ମରାମତି ଦାବିରେ ପୂର୍ତ ବିଭାଗକୁ ଘେରିଲେ ସ୍ଥାନୀୟ ଲୋକେ








