Home ଜିଲ୍ଲା ପରିକ୍ରମା ମହିୟଶୀ ମହିଳା ବାସନ୍ତୀ ବାରିକଙ୍କ ପରଲୋକ

ମହିୟଶୀ ମହିଳା ବାସନ୍ତୀ ବାରିକଙ୍କ ପରଲୋକ

1

ଭଦ୍ରକ, ୨୬ା୧୦ – ଚାନ୍ଦବାଲି ବ୍ଲକ ତଥା ଧାମରା ଅଂଚଳରେ ସମସ୍ତଙ୍କ ସୁଖ ଦୁଃଖର ସାଥି ଥିବା ବାସନ୍ତି ବାରିକଙ୍କ ର ୬୪ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ କରଞ୍ଜମାଳ ପଂଚାୟତ ସମାଜସେବୀ ରମେଶ ଚନ୍ଦ୍ର ବାରିକଙ୍କ ମାଆ। ସେ ନିଜ ଅଂଚଳରେ ବହୁ ସାମାଜିକ ସଂସ୍ଥା ସହ ଓତପ୍ରୋତ ଭାବେ ଜଡିତ ଥିବା ବେଳେ ୨୪ ତାରିଖ ଦିନ ହୃଦଘାତରେ ପ୍ରାଣ ହରାଇଥିଲେ।ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଧାମରା ୮ପଂଚାୟତର ବହୁ ବିଶିଷ୍ଟ ଲୋକ ମାନେ ଆସି ଶେଷ ଦର୍ଶନ କରିଥିଲେ। ପରେ ତାଙ୍କର ମରଶରୀରକୁ କରଞ୍ଜମାଳ ପଂଚାୟତରେ ପରିକ୍ରମା କରିବା ପରେ ସମାଧି ଦିଆଯାଇଥିଲା। ସଂପୃକ୍ତ ମହିଳାଙ୍କ ମୃତ୍ୟୂରେ ଭଦ୍ରକ ର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମରା ସମିତିସଭ୍ୟ ପାପା ଜେନା, ଧାମରାଇ ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନ, ଦୋସିଙ୍ଗା ପଂଚାୟତର ଅତୁଲ୍ୟ ଜାନା, ଦେବେନ୍ଦ୍ର ନାୟକ ପ୍ରମୁଖ ପହଂଚି ତାଙ୍କର ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଆଶ୍ୱସନା ମଧ୍ୟ ଦେଇଥିଲେ। ତାଙ୍କର ପୁତ୍ର ଜଗନ୍ନାଥ ବାରିକା ମୁଖାଗ୍ନି ପ୍ରଦାନ କରିଥିବା ବେଳେ ମରଶରୀର ପାଖରେ ସ୍ୱାମୀ ବଡ ପୁଅ ରମେଶ , ଝିଅ ଏବଂ କରଞମାଳ ପଂଚାୟତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏବଂ ଅଂଚଃଳବାସୀ ଉପସ୍ଥିତ ରହି ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.