ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ସମଗ୍ର ଅଚଂଳ ଆଜି ଠାରୁ ଉତ୍ସବ ମୁଖର ହୋଇଛି । ଦୀର୍ଘ ୫୦ ବର୍ଷ ଧରି ବନ୍ତ ଥାନା ଛକ ଓ କେନ୍ଦୁଆପଦା ଛକର ୨ ଗୋଟିି ସ୍ଥାନରେ ପାଳିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ମହାସମାରୋହରେ ଆରମ୍ଭ ହୋଇଛି । କାରିଗରଙ୍କ ଦ୍ୱାରା ମା ଙ୍କ ମୂର୍ତି, ପାଶ୍ୱର୍ ଦେବାଦେବୀ ଏବଂ ଅସୁର ସାଙ୍ଗକୁ ସଚେତନତାର ବାର୍ତା ଦିଆଯାଇଛି । ରବିବାର କୁମାର ପୂର୍ଣ୍ଣିମା ରାତିରୁ ଉଭୟ ମଣ୍ଡପରେ କଳସ ଅଣାଯାଇ ଘଟ ସ୍ଥାପନା ପୂର୍ବକ ପୂଜା ଆରମ୍ଭ ହୋଇଛି । ଥାନା ଛକ ପୂଜା ମଣ୍ଡପରେ ଶ୍ୟାମସୁନ୍ଦର ପଣ୍ଡା,କୃଷ୍ଣଚନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ କପାଳୀ ନଦୀର ସଖୀପାଟଣା ଘାଟରୁ କଳସ ଆଣିଥିବା ବେଳେ ପୂଜକ ଭାବେ ଭାସ୍କର ଚନ୍ଦ୍ର ଶତପଥି ପୂଜା ଦାୟିତ୍ୱ ସମ୍ପାଦନ କରିଛନ୍ତି । କମିଟିର ସଭାପତି ସୟଦ୍ ସୌକତ ଅଲ୍ଲି, ଉପ-ସଭାପତି ରତିକାନ୍ତ ବାରିକ, ସମ୍ପାଦକ ନୃସିଂହ ଚରଣ ପରିଡା, ସହ-ସମ୍ପାଦକ ପ୍ରମୋଦ କୁମାର ସାମଲ, କୋଷାଧ୍ୟକ୍ଷ ବିଜୟ କୁମାର ସାହୁ, ଉପଦେଷ୍ଟା ପଚାଂନନ ନାୟକ,ବିଷ୍ଣୁମୋହନ କର, ଭଗିରଥ ସାହୁ,କୁନିଆ ସାହୁ, ରମେଶ ସାହୁ, ଚର୍ତୁଭୂଜ ନାୟକ, ନାରାୟଣ ସାହୁ, ଅନାମ ସାହୁ, ପ୍ରକାସ ସାହୁ, ବାପୁନୁ ସାହୁ, ସୁବୋଧ କୁମାର ସାହୁ ପ୍ରମୁଖ ସମସ୍ତ ଦାୟିତ୍ୱ ତୁଲାଇଛନ୍ତି । ସେହିପରି କେନ୍ଦୁଆପଦା ଛକ ପୂଜା ମଣ୍ଡପରେ କାହ୍ନୁ ଚରଣ ରାମ, କ୍ଷିତିଶ୍ ନାୟକ ସ୍ଥାନୀୟ ଜଳ ସେଚନ ପୁଷ୍କରିଣୀରୁ କଳସ ଆଣିଥିବା ବେଳେ ପୂଜକ ଭାବେ ଭଗବାନ ପତି, ରାଷ୍ଟ୍ରପତି ପଣ୍ଡା, ଲକ୍ଷ୍ମୀକାନ୍ତ ପତି ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । କମିଟିର ସଭାପତି ବିଜୟ କୁମାର ନାୟକ, ସମ୍ପାଦକ ସେକ୍ କଦମ୍,କୋଷାଧ୍ୟକ୍ଷ ସନ୍ଦିପ କୁମାର ଜେନା, ଉପଦେଷ୍ଟା ଅଖିଳ ସାହୁ,କାହ୍ନୁ ଚରଣ ବାରିକ୍, ରଘୁନାଥ ରଣା, ମୋହନ ଚରଣ ସାହୁ, ସେକ୍ ଅସଗର ଅଲ୍ଲୀ, ଦେବଦତ ରାମ, ଖଗେଶ୍ୱର ବରାଳ, ସେକ ସମସାଦ, ଅଚ୍ୟୁତା ନାୟକ, ଖଗେଶ୍ୱର ସାହୁ, ଅଜୟ ବେହେରା, ରବିନ୍ଦ୍ର ସାହୁ, ନିରାକାର ସାହୁଙ୍କ ସମେତ କମିଟିର ସଦସ୍ୟ ମାନେ ସହାୟତା କରୁଛନ୍ତି । ଦର୍ଶକ ମାନଙ୍କୁ ଆକୃଷ୍ଟ କଲା ଭଳି ପୂଜା ମଣ୍ଡପରେ ବାରୁଆଳୀ ମୂର୍ତି ତିଆରି କରାଯିବା ସହ ସୁଦୀର୍ଘ ତୋରଣ ମାନ ନିର୍ମାଣ କରାଯାଇଛି । ସିନେମା ହଲ ଛକ ଠାରୁ କେନାଲ ଛକ ପର୍ଯର୍୍ୟନ୍ତ ବଜାରର ଉଭୟ ପାଶ୍ୱର୍କୁ ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ଏହି ପୂଜା ଦେଖିବା ପାଇଁ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର ଆଦି ଜିଲାରୁ ଲୋକ ମାନେ ଆସିଥାନ୍ତି । ଅପରାହ୍ନ ୪ଟା ଠାରୁ ରାତି ୧୧ ଟା ପର୍ଯ୍ୟନ୍ତ ଉଭୟ ମଣ୍ଡପରେ ଦର୍ଶକ ମାନଙ୍କ ଭିଡ ଜମୁଥିବା ଦେଖାଯାଉଛି । ଲୋକ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏଠାରେ ଉଭୟ କମିଟି ପକ୍ଷରୁ ଦୋଳି, ମୀନାବଜାର, ଚାଟ୍, ମନୋହରୀ ଦୋକାନ ଖୋଲାଯାଇଛି । ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ବନ୍ତ ପୋଲିସ ପକ୍ଷରୁ ୧ ପ୍ଲାର୍ଟୁନ ପୋଲିସ୍ ବ୍ୟବସ୍ଥା କରାଯାଇଛି । ଉଭୟ କମିଟିରେ ଭସାଣୀ ଉତ୍ସବ ଆସନ୍ତା ୧ ତାରିଖରେ ହେବ ବୋଲି ଜଣାଯାଇଛି । ଏହି ମେଳା ପାଇଁ ଭିଡକୁ ଦୃଷ୍ଟିରେ ରଖି ସୋମବାର ଠାରୁ ୭ ଦିନ ବ୍ୟାପି ଦିନ ୬ ଟାରୁ ରାତି ୧୦ ପର୍ଯ୍ୟନ୍ତ ଭାରିଯାନ ଗୁଡିକ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥରେ ଯାତାୟତ ବନ୍ଦ ରହିବ,ସେହିପରି ଆନନ୍ଦପୁର ପଟୁ ଆସୁଥୁବା ଛୋଟ ଯାନ ଗୁଡିକ ପୋଷ୍ଟ ଅଫିସ୍ ଛକ ଠାରୁ କେନାଲ ଦେଇ ଟିଲୋ ଠାରେ ବାହାରିବେ । ଭଦ୍ରକ ପଟୁ ଆସୁଥିବା ଛୋଟ ଯାନ ଗୁଡିକ ବନ୍ତ କେନାଲ୍ ଛକ ଠାରୁ ଭାୟା ଚଣ୍ଡିପୁର ହୋଇ କଲେଜ ଛକ ଠାରେ ଜାତୀୟ ରାଜ ପଥରେ ଯିବ ବୋଲି ଥାନାଧିକାରୀ ସୁପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି ।








