ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଗୋଟିରେ ଦିନରେ ନପଙ୍ଗ ଗ୍ରାମର ନାୟକ ସାହି ଅନ୍ତର୍ଗତ ସୁଶାନ୍ତ ନାୟକ ଓ ଧର୍ମେନ୍ଦ୍ର ନାୟକଙ୍କ ଘରୁ ଦୁଇଟି ବିଷଧର ନାଗସାପ ସ୍ନେକ ହେଲ୍ପ ଲାଇନର ଜାହାଙ୍ଗୀର ଖାନ ଉଦ୍ଧାର କରିଛନ୍ତି।ସୂଚନା ଆଧାର ରେ ଆଜି ୩ ଟା ବେଳେ ଧର୍ମେନ୍ଦ୍ର ଖାଇ ବସିଥିବା ବେଳେ ତାଙ୍କ ପଛ ପଟ ଦେଇ ଏକ ବିଷାକ୍ତ ନାଗ ସାପ ଯାଉଥିବା ଦେଖିଥିଲେ।ସେହିପରି ସୁଶାନ୍ତ ନାୟକ ଙ୍କ ଘରେ ପରିବାର ଲୋକ ମଧ୍ୟ ଗର୍ଜନ କରୁଥିବା ଏକ ନାଗ ସାପ ଦେଖିଥିଲେ ।ଉଭୟ ପରିବାର ସ୍ନେକ୍ ହେଲ୍ପ ଲାଇନର ଜାହାଙ୍ଗୀର ଖାନ କୁ ଖବର ଦେଇଥିଲେ।ଜାହାଙ୍ଗୀର ଖାନ ପହଂଚି ୩ ଟି ସାପ କୁ ଉଦ୍ଧାର କରି ପରିସଂସ୍ଥା ଅନୁଯାୟୀ ସୁରକ୍ଷିତ ସ୍ଥାନରେ ଛାଡିଥିଲେ।








