ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶୁକ୍ରବାର ଧାମନଗର ବ୍ଲକ ଗଡ଼ିଆଳି ପଂଚାୟତ ଅଧୀନ ଉଚ୍ଚପଦା ସେନ ସାହିରେ ଦେବୀ ଦୁର୍ଗାଙ୍କ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ସେନ ସାହି ପୂଜା ମଣ୍ଡପରୁ ମା”ଜଗତଜନନୀଙ୍କ ବିଶାଳ ଏବଂ ଭବ୍ୟ ଶୋଭାଯାତ୍ରା ଆଜି ସନ୍ଧ୍ୟାରୁ ବାହାରିବା ପରେ ଏହା ଅସୁରାଳି ବଜାର ଉଚ୍ଚପଦା ଛକ ସ ମିଲ ଛକ ଆଦି ଦେଇ ରେବ ନଦୀ ପର୍ଯ୍ୟନ୍ତ ଯାଇଥିଲା।ସେଠାରେ ପୂଜା କମିଟିର କର୍ମକର୍ତାଙ୍କ ମହିଳାମାନେ ବିସର୍ଜନ ପୂର୍ବକ ମା’ଙ୍କୁ ମେଲାଣି ଦେଇଥିଲେ।ଶୋଭାଯାତ୍ରାରେ ପାରମ୍ପାରିକ ବାଦ୍ୟ ଦଳକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା।ଏଥିରେ କୀର୍ତନ ଦଳ,ଢୋଲ ଏବଂ ଭାଙ୍ଗଡ଼ା ବାଜା ସମେତ ଆଲୋକର ସରଞ୍ଜାମ ସାମିଲ ହୋଇଥିଲା।ପୂଜା କମିଟିର ସଭାପତି ରମେଶ ଚନ୍ଦ୍ର ସେନ,ସମ୍ପାଦକ ଭରତ ଚନ୍ଦ୍ର ସେନ,ପ୍ରମୋଦ ପୁରୁଖାତ,ଭବାନୀ ଶଙ୍କର ସେନ,ସୌମ୍ୟ ସେନ,ବିକ୍ରମ ସେନ,ସୁକାନ୍ତ ଲେଙ୍କା,ଶରତ ଲେଙ୍କା,ପଂଚୁ ଗୋପାଳ ପୁରୁଖାତ,ଧନେଶ୍ୱର ଲେଙ୍କା,ପ୍ରକାଶ ମଙ୍କର,ତପନ ସେଠୀ,ଶ୍ରୀଧର ସେନ,ସୁବ୍ରତ ଲେଙ୍କା,ଧର୍ମରାଜ୍ ଲେଙ୍କା ପ୍ରମୁଖ ଭଷାଣି ଉତ୍ସବ ପରିଚାଳନା କରିଥିଲେ।ଆଖପାଖ ଅଂଚଳର ବହୁସଂଖ୍ୟକ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଥିଲେ।








