Home ଜିଲ୍ଲା ପରିକ୍ରମା ଏସ ଆଇ ଆର ବିରୁଦ୍ଧରେ ଜନଗଣ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ଚାନ୍ଦବାଲି ଶାଖା ପକ୍ଷରୁ...

ଏସ ଆଇ ଆର ବିରୁଦ୍ଧରେ ଜନଗଣ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ଚାନ୍ଦବାଲି ଶାଖା ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

4

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭୋଟଚୋର ଜ୍ଞାନେଶ କୁମାରଙ୍କୁ ବରଖାସ୍ତ ଓ ଗିରଫ, ମୁଖ୍ୟ ନିର୍ବାଚନ କମିଶନର ଚୟନ କମିଟି ରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଙ୍କୁ ସାମିଲ କରିବା, ଜନବିରୋଧି ଏସ୍ ଆଇ ଆର ବାତିଲ କରିବା, ଇଭିଏମ ହଟାଇ ବାଲାଟ ପେପରରେ ଭୋଟ କରାଇବା, ଆମ ଦେଶରେ ସମାନୁପାତିକ ଭୋଟ କରାଇବା, ନିର୍ବାଚନରେ ସଂପୂର୍ଣ୍ଣ ଖର୍ଚ୍ଚ ସରକାର ବହନ କରିବା, ନିର୍ବାଚନୀ ବଣ୍ଡ ମାଧ୍ୟମରେ ବହୁଜାତୀୟ କଂପାନୀ ଠାରୁ ନିର୍ବାଚନୀ ଚାନ୍ଦା ଆଣିବା ନିଷିଦ୍ଧ କରିବା, ଐତିହାସିକ ଯୁବ ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ର ଦମନ ବଂଦ କରିବା, ଆମ ଜାତୀୟ ପତାକା ର ସୁରକ୍ଷା, ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା, ଆମ ଦେଶର ମହିଳା ମାନଙ୍କ ସୁରକ୍ଷା ଓ ନିରାପତା, ଏପଷ୍ଟିନ୍ ଫାଇଲ୍ ଘଟଣାରେ ହରଦିପ ସିଂ ପୁରୀ ଙ୍କୁ ଗିରଫ କରିବା, ଏପଷ୍ଟିନ୍ ଫାଇଲ୍ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସଂପୃକ୍ତି ଘଟଣାରେ ନ୍ୟାୟିକ ତଦନ୍ତ, ଚାନ୍ଦବାଲି ବ୍ଲକର ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ ଋଣ ଛାଡ କରିବା ଆଦି ଦାବି ନେଇ “ଏସ୍ ଆଇ ଆର ବିରୁଦ୍ଧରେ ଜନଗଣ’ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଚାନ୍ଦବାଲି ସହରରେ ବିଶାଳ ଶୋଭାଯାତ୍ରା ସଂଗଠିତ ହୋଇ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ବିଡିଓ ଓ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ସିଆଇଟିୟୁ ଚାନ୍ଦବାଲି ବ୍ଲକ ସଭାପତି ମଳୟ ଭୋଇ, ଶ୍ରମିକ ନେତା ବିଷ୍ଣୁ ଦାଶ, ଓଡିଶା କ୍ଷେତ ଓ ଗ୍ରାମୀଣ ମଜଦୁର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ଡିୱାଇଏଫ୍‌ଆଇ ଜିଲ୍ଲା ସଂଯୋଜକ ବିନୋଦ ସାହୁ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଚାନ୍ଦବାଲି ବ୍ଲକ ସଂପାଦିକା କୁମୁଦିନୀ ଭୋଇ, ଓଡିଶା ପାଚିକା ଓ ସହାୟିକା ସଂଘ ବ୍ଲକ ସଂପାଦିକା ଅର୍ଣ୍ଣପୂର୍ଣ୍ଣା ସେଠୀ, ଓଡିଶା କୃଷକ ସଭା ବ୍ଲକ ସଭାପତି ଗୌରାଙ୍ଗ ଯେନା, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଂପାଦକ ଅଶୋକ ବେହେରା, ମହିଳା ନେତ୍ରୀ ପ୍ରତିଭା ପଣ୍ଡା, ଦଳିତ ନେତା ହାକିମ ଦାସ, ଚାଷୀ ନେତା ବ୍ରହ୍ମାନନ୍ଦ ପରିଡା, ଇଂ କାହ୍ନୁ କିଶୋର ସାହୁ, ଚାଷୀ ନେତା ଗଙ୍ଗାଧର ମହାଳିକ, ସୃଷ୍ଟିଧର ବିଶ୍ୱାଳ, ଘନଶ୍ୟାମ ଦାସ ପ୍ରମୁଖ ଯୋଗଦେଇ ସ୍ୱାଧୀନତା, ଧର୍ମନିରପେକ୍ଷ ଗଣତନ୍ତ୍ର, ସମ୍ବିଧାନର ସୁରକ୍ଷା ଦାବିରେ ଓ ମୋଦି ସରକାରଙ୍କ ଏକଛତ୍ରବାଦୀ- ନବ୍ୟଫାଶୀବାଦୀ କୁଶାସନ ବିରୁଦ୍ଧରେ ଚାନ୍ଦବାଲିରେ ଲଢେଇ ଜାରି ରହିବ ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.