Home ଜିଲ୍ଲା ପରିକ୍ରମା ଜମି ବିବାଦରୁ ଉତେଜନା, ବାଉଁଶ ଫିଙ୍ଗିବାକୁ ନେଇ ଗଣ୍ଡଗୋଳ,ଗାଳିଗୁଲଜ ଓ ହତ୍ୟା ଧମକ ଅଭିଯୋଗ, ୪...

ଜମି ବିବାଦରୁ ଉତେଜନା, ବାଉଁଶ ଫିଙ୍ଗିବାକୁ ନେଇ ଗଣ୍ଡଗୋଳ,ଗାଳିଗୁଲଜ ଓ ହତ୍ୟା ଧମକ ଅଭିଯୋଗ, ୪ ଜଣଙ୍କ ନାଁରେ ମାମଲା

4

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜମିଜମା ବିବାଦକୁ କେନ୍ଦ୍ର କରି ଧାମନଗର ଥାନା ଅନ୍ତର୍ଗତ ସୋଧା ଗ୍ରାମରେ ଉତେଜନା ପ୍ରକାଶ ପାଇଛି। ଘର ସୀମାରେ ବାଉଁଶ ପକାଇବାକୁ ନେଇ ଗଣ୍ଡଗୋଳ, ଅଶ୍ଳୀଳ ଗାଳିଗୁଲଜ ଓ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଚାରି ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ସୋଧା ଗ୍ରାମର ନିରାକାର ସାହୁ (୪୯) ଗତ ୨୧ ତାରିଖରେ ନିଜ ବାସଗୃହର ସୀମାରେ ବାଉଁଶ ପକାଉଥିବା ସମୟରେ ରଞ୍ଜିତ କୁଣ୍ଡୁ, ମଧୁସୂଦନ କୁଣ୍ଡୁ, ସଞ୍ଜୟ କୁଣ୍ଡୁ ଓ ଶଶୀକାନ୍ତ କୁଣ୍ଡୁ ତାହାକୁ ଫିଙ୍ଗି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରିବାରୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦିଆଯାଇଥିବା ଏତଲାରେ ଦର୍ଶାଯାଇଛି।ସୂଚନାନୁସାରେ, ଉଭୟ ପକ୍ଷଙ୍କ ମଧ୍ୟରେ ଜମିର ପ୍ଲଟ୍ ଓ ମାନଚିତ୍ରକୁ ନେଇ ଦୀର୍ଘଦିନ ଧରି ବିବାଦ ରହିଛି। ଏ ସଂକ୍ରାନ୍ତରେ କୋର୍ଟରେ ୪୪୨/୨୦୨୧ ଓ ୪୪୩/୨୦୨୧ ନମ୍ବରରେ ଦୁଇଟି ମାମଲା ବିଚାରାଧୀନ ଥିବାବେଳେ, ଗ୍ରାମରେ ହୋଇଥିବା ସମାଧାନ ପତ୍ର ଅନୁଯାୟୀ ବିବାଦୀୟ ମଧ୍ୟବର୍ତୀ ସ୍ଥାନରେ କେହି ପ୍ରବେଶ ନକରିବାକୁ ସହମତି ହୋଇଥିବା ଅଭିଯୋଗକାରୀ ଉଲ୍ଲେଖ କରିଛନ୍ତି।ଏ ନେଇ ଧାମନଗର ଥାନାରେ ୦୪୫୮/୨୦୨୬ ନମ୍ବରରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୨୯୬, ୩୫୧(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏଏସ୍‌ଆଇ କଳ୍ପନା ରାଉତଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବାବେଳେ, ଥାନା ଅଧିକାରୀ ସୁଭ୍ରଜିତ ଦାସଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.