Home ଜିଲ୍ଲା ପରିକ୍ରମା ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ବିସିଜେଡି ପ୍ରାର୍ଥିୀଙ୍କୁ ବିଧାୟକଙ୍କ ସମ୍ବର୍ଦ୍ଧନା

ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ବିସିଜେଡି ପ୍ରାର୍ଥିୀଙ୍କୁ ବିଧାୟକଙ୍କ ସମ୍ବର୍ଦ୍ଧନା

7

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୟଲାଭ କରିଥିବା ବିସିଜେଡି ପ୍ରାର୍ଥିୀମାନଙ୍କୁ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ତଥା ଭଣ୍ଡାରିପୋଖରୀ ବିଧାୟକ ସଂଜୀବ କୁମାର ମଲ୍ଲିକ ତାଙ୍କ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଏବଂ ସମସ୍ତ ନିର୍ବାଚିତ ଛାତ୍ର ନେତୃତ୍ୱଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି। ବିଧାୟକ ଶ୍ରୀ ମଲ୍ଲିକଙ୍କ ରାଜନୈତିକ ଗୋଟି ଚାଳନାରେ ବିରୋଧୀ ଦଳକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା । ସମ୍ବର୍ଦ୍ଧନା ଅବସରରେ ସେ କହିଲେ ଯେ କଡା ମୁକାବିଲାର ସମ୍ମୁଖୀନ ହେବା ସହ ପ୍ରଲୋଭନର ବଶବର୍ତୀ ନହୋଇ ଯେଉଁ ବିଜୟଲାଭ କରିଛନ୍ତି, ଏହାର ଶ୍ରେୟ ଓଡ଼ିଶାର ଲୋକପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯାଇଛି। ଶ୍ରୀ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରଛାତ୍ରୀମାନଙ୍କ ମୌଳିକ ସମସ୍ୟା ଓ କଲେଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ପ୍ରାର୍ଥିୀମାନେ ନ୍ୟାୟ ଓ ସତ୍ୟ ବିରୁଦ୍ଧରେ ଲଢେଇ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ବିଜୟୀ ପ୍ରାର୍ଥୀମାନଙ୍କ ଆଗାମୀ ରାଜନୀତି ଭବିଷ୍ୟତ ପାଇଁ ଏହା ଏକ ମୂଳଦୁଆ ବୋଲି ବିଧାୟକ ଶ୍ରୀ ମଲ୍ଲିକ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.