Home ଜିଲ୍ଲା ପରିକ୍ରମା ଧାମନଗର ଠାରେ ହଜରତ ମୁଜାହିଦ-ଏ-ମିଲ୍ଲତ ଙ୍କ ୪୭ ତମ ଉର୍ସ ଉତ୍ସବ, ବିଭିନ୍ନ ଛକରେ ସିସି...

ଧାମନଗର ଠାରେ ହଜରତ ମୁଜାହିଦ-ଏ-ମିଲ୍ଲତ ଙ୍କ ୪୭ ତମ ଉର୍ସ ଉତ୍ସବ, ବିଭିନ୍ନ ଛକରେ ସିସି କ୍ୟାମେରା ,ଚୋରି ରୋକିବା ପାଇଁ ସାଧା ପୋଷାକ ଧାରୀ ପୋଲିସ ମୁତୟନ, ଦୁଇ ଗୋଷ୍ଠୀ ମଧ୍ୟରେ ଉତେଜନା, ଏସପିଙ୍କ ତାଗିଦ୍‌

4

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଠାରେ ପୀରବାବା ହଜରତ ମହମ୍ମଦ ହବିବୁର ରହେମାନଙ୍କ ୪୭ ତମ ଉର୍ସ ଉତ୍ସବ ଧାମନଗର ସ୍ଥିତ ଖାନକା ସରିଫ ପରିସରରେ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ପାଳିତ ହେଉଛି। ଉର୍ସ ଉତ୍ସବର ପ୍ରଥମ ଦିନରେ ବିଭିନ୍ନ ରାଜ୍ୟ ଓ ରାଜ୍ୟ ବାହାରୁ ପୀରବାବାଙ୍କ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।ଶନିବାର ୧୭ ତାରିଖ ସକାଳ ୬ଟାରୁ ୭ଟା ୩୦ ମିନିଟ ପର୍ଯ୍ୟନ୍ତ ବିଶିଷ୍ଠ ମୌଲାନାଙ୍କ ଦ୍ୱାରା କୋରାନ ଖାନି ପରେ ପୀରବାବାଙ୍କୁ ଗୋଲାପ ଜଳ ଓ ଫୁଲ ଚଢାଇ ସର୍ବ ସାଧାରଣରେ ଦର୍ଶନ କରାଯାଇଥିଲା। ସ୍ୱର୍ଭାରତୀୟ ମୁସାୟରା କାର୍ଯ୍ୟକ୍ରମ ଏବଂ ଉର୍ଦୁକବି ସମ୍ମିଳନୀ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ମୌଲାନା,ଉର୍ଦୁ କବି ଓ ସାୟର ପ୍ରମୁଖ ଯୋଗଦେଇ ପୀରବାବାଙ୍କ ଜୀବନୀ ଓ ତାଙ୍କ କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ଧାର୍ମିକ ଭାଷଣ ପ୍ରଦାନ କରିବେ।ଶାନ୍ତି ଶୃଙ୍ଖଳା ପାଇ ଭଦ୍ରକ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ଙ୍କ ନିର୍ଦ୍ଦେଶ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ୩ ଜଣ , ଡି ଏସ ପି ୮ ଜଣ,ଇନିସପେକ୍ଟର ୧୮ ଜଣ , ଏସ ଆଇ ଓ ଏ ଏସ ଆ ଇ ୧୦୯ ଜଣ , ହାବିଲଦାର ଓ କନେଷ୍ଟବଳ ୩୦ ଜଣ ଓ ୨୨ ପ୍ଲାଟୁନ ପୋଲିସ ଫୋର୍ସ , ହୋମଗାର୍ଡ ୪୦ ଜଣ ଙ୍କୁ ମୃତୟନ୍ କରାଯାଇଛି।ଏହାଛଡା ମୋବାଇଲ ପେଟ୍ରୋଲିଂ, ବାଇକ ପେଟ୍ରୋଲିଂ, ୫ ଟା ବୁଟ ପେଟ୍ରୋଲିଂ (ଚାଲି ଚାଲି ଗଳି କନ୍ଦି ବୁଲିବା) ଧାମନଗର ବଜାର ରେ ବିଭିନ୍ନ ଛକ,ସାହି ବସ୍ତି ରେ ନିୟୋଜିତ ହୋଇଛନ୍ତି। ଏପରିକି ସାଧା ପୋଷାକ ଧାରି ପୋଲିସ ଚୋରି ରୋକିବା ପାଇଁ ନିୟୋଜିତ ହୋଇଛନ୍ତି। ଚୋରି ଅସାମାଜିକ ଲୋକଙ୍କୁ ନଜର ରେ ରଖିବା ପାଇଁ ଧାମନଗର ମେଡ଼ିକାଲ ବଜାର ରୁ ବିଭିନ୍ନ ସ୍ଥାନ ହବିବିନଗର ଓ ବିଭିନ୍ନ ସାହି ବସ୍ତି ରେ ସିସି କ୍ୟମରା ଲଗାଯାଇଥିବା ଧାମନଗର ଥାନାଧିକାରୀ ଶୁଭ୍ରଜିତ ଦାଶ ସୂଚନା ଦେଇଛନ୍ତି।ଭାରତବର୍ଷର ବିଭିନ୍ନ ରାଜ୍ୟରୁ ବଡ ବଡ ବ୍‌ଯବସାୟୀମାନେ ଆସି ସେମାନଙ୍କର ଉଠା ଦୋକାନ ଲଗାଇ ଥିବାବେଳେ ଶୀତ ବସ୍ତ୍ରର ପସରା ଗ୍ରାହକଙ୍କୁ ବେସ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଛି। ତେବେ ଖାନକା ପରିସର ରେ ଉର୍ସ କମିଟି ର ଦୁଇ ଗୋଷ୍ଠି ମଧ୍ୟ ରେ ଉତେଜନା ଦେଖିବାକୁ ମିଳିଥିଲା ।ଘଟଣା ସ୍ଥଳ ରେ ଭଦ୍ରକ ଏସ ପି ଶ୍ରୀ ରାଉତ ପହଂଚି ଉଭୟ ଗୋଷ୍ଟି କୁ ତାଗିଦୀ କରିଥିଲେ। ତେବେ ଖାନ କା ପରିସର ରେ ପୋଲିସ ଉପସ୍ଥିତି ରେ ବିଭିନ୍ନ କାର୍ଯ୍ୟ ତଦାରଖ କରା ଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.