Home ଜିଲ୍ଲା ପରିକ୍ରମା କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ଲାଲ୍ ପତାକା ଉତୋଳନ ଓ ତ୍ରିରଙ୍ଗା ଶୋଭାଯାତ୍ରା

କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ଲାଲ୍ ପତାକା ଉତୋଳନ ଓ ତ୍ରିରଙ୍ଗା ଶୋଭାଯାତ୍ରା

3

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତରେ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା ର ର ୧୦୭ ତମ ସ୍ମାରକୀ ପାଳନ ପରିପ୍ରେକ୍ଷୀରେ ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟି ପକ୍ଷରୁ ଯଶିପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବଳସାହି ଗ୍ରାମରେ ସିପିଆଇ(ଏମ) ର ବରିଷ୍ଠ ନେତା କମ୍ରେଡ ରବି ପଟ୍ଟନାୟକ ଲାଲ୍ ପତାକା ଉତୋଳନ କରିଥିଲେ । ଆମ ଦେଶର ମୁଖ୍ୟ ନିର୍ବାଚନ କମିଶନର ଭୋଟ ଚୋର ଜ୍ଞାନେଶ କୁମାର କୁ ଗିରଫ କରିବା, ଏସ୍ ଆଇଆର ସଂପୂର୍ଣ୍ଣ ବାତିଲ କରିବା, ମୁଖ୍ୟ ନିର୍ବାଚନ କମିଶନର ଚୟନ କମିଟିରେ ସଂସ୍କାର, ଇଭିଏମ ହଟାଇ ବାଲାଟ ପେପରରେ ଭୋଟ କରାଇବା ଆଦି ଦାବି ନେଇ ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଯୁବ, ଛାତ୍ର, ଜନନେତା ଓ ଆନ୍ଦୋଳନକାରୀଙ୍କ ଉପରେ ଦିଲ୍ଲୀ ପୋଲିସର ବର୍ବରୋଚିତ ଆକ୍ରମଣ ବିରୁଦ୍ଧରେ ସିପିଆଇ(ଏମ) ପକ୍ଷରୁ ବଳସାହି ଗ୍ରାମରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ଯଶିପୁର ଠାରେ ଶୋଭାଯାତ୍ରା ଶେଷ ହୋଇଥିଲା । ଆମ ଦେଶର ଏକତା, ଭାଇଚାରା, ଅଖଣ୍ଡତା, ସମ୍ବିଧାନ, ଗଣତନ୍ତ୍ର, ସ୍ୱାଧୀନତା ଓ ଜାତୀୟ ପତାକାର ସୁରକ୍ଷା ପାଇଁ ଚାନ୍ଦବାଲି ବାସୀ ଏକଜୁଟ ହୋଇ ଲଢେଇ କରିବାକୁ ସିପିଆଇ(ଏମ) ନେତୃତ୍ୱ ଆହ୍ୱାନ ଜଣାଇଥିଲେ । ଏହି ଶୋଭାଯାତ୍ରାରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିଷ୍ଣୁ ଦାଶ, ସିପିଆଇ(ଏମ) ଚାନ୍ଦବାଲି ଆଂଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ସିପିଆଇ(ଏମ) ଯଶିପୁର ଶାଖା ସଂପାଦକ ଦିବାକର ସେନାପତି, ସିପିଆଇ(ଏମ) ନେତା ଅଶୋକ ବେହେରା, ଗଙ୍ଗାଧର ମହାଳିକ, ପ୍ରତାପ ମହାଳିକ, ସାଧୁଚରଣ ମହାଳିକ, ଘନଶ୍ୟାମ ଦାସ, କାହ୍ନୁ କିଶୋର ସାହୁ, ସୃଷ୍ଟିଧର ବିଶ୍ୱାଳ,ଫକୀର ଚରଣ ସ୍ୱାଇଁ,ଜଗନ୍ନାଥ ନାୟକ,ଉଦୟକର ମାହୁନ୍ତ, ଅମୂଲ୍ୟ ନାୟକ, ନରୋତମ ମଢୁଆଳ, ଶଙ୍କର୍ଷଣ ବିଶ୍ୱାଳ, ଅଶୋକ ଭୋଇ, ମହିଳା ନେତ୍ରୀ ପ୍ରତିଭା ପଣ୍ଡା ପ୍ରମୁଖ ସାମିଲ ହୋଇ ଜ୍ଞାନେଶ କୁମାର ଗିରଫ ହେବା ପର୍ଯ୍ୟନ୍ତ ଓ ଆମ ଦେଶରେ ମୋଦି ସରକାରଙ୍କ ପକ୍ଷରୁ ଚାଲିଥିବା ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଶେଷ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁ ରେ ଆନ୍ଦୋଳନ ସଂଗଠିତ କରିବାକୁ ସିପିଆଇ(ଏମ) ନେତୃତ୍ୱ ଆହ୍ୱାନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.