Home ଜିଲ୍ଲା ପରିକ୍ରମା ଧାମନଗରରେ ହଜରତ ମୁଜାହିଦ-ଏ-ମିଲ୍ଲତଙ୍କ ୪୭ତମ ଉର୍ସ ଉତ୍ସବୋତ୍ସବ ମୁଖର , ଚାଦର ଶୋଭାଯାତ୍ରା ଓ କବି...

ଧାମନଗରରେ ହଜରତ ମୁଜାହିଦ-ଏ-ମିଲ୍ଲତଙ୍କ ୪୭ତମ ଉର୍ସ ଉତ୍ସବୋତ୍ସବ ମୁଖର , ଚାଦର ଶୋଭାଯାତ୍ରା ଓ କବି ସମ୍ମିଳନୀ ସହ ଦ୍ୱିତୀୟ ଦିନରେ ସମାପ୍ତ

3

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସ୍ଥିତ ଖାନକା ସରିଫ ପରିସରରେ ପୀରବାବା ହଜରତ ମୁଜାହିଦ-ଏ-ମିଲ୍ଲତ ମୌଲାନା ସାହା ମହମ୍ମଦ ହବିବୁର ରହେମାନଙ୍କ ଦୁଇ ଦିନିଆ ୪୭ତମ ଉର୍ସ ଉତ୍ସବ ଆଜି ଆଧ୍ୟାତ୍ମକ ପରିବେଶ ଏବଂ ଉତ୍ସବମୁଖର ପରିବେଶ ମଧ୍ୟରେ ସମାପ୍ତ ହୋଇଛି। ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବର ଦ୍ୱିତୀୟ ଦିନରେ (ଆଜି) ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଜି ଉର୍ସର ଦ୍ୱିତୀୟ ଦିନରେ ପୀରବାବାଙ୍କ ଦରବାରରେ ଚାଦର ଶୋଭାଯାତ୍ରା ଅତ୍ୟନ୍ତ ଭକ୍ତିପୂତ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏଥିସହ ସର୍ବଭାରତୀୟ ମୁସାୟରା ଓ ଉର୍ଦ୍ଧୁ କବି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନାମଜାଦା କବି ଓ ସାୟରମାନେ ଯୋଗଦେଇ ନିଜର ସୁନ୍ଦର କବିତା ଏବଂ କଳାମ ପରିବେଶଣ କରି ଶ୍ରଦ୍ଧାଳୁଙ୍କୁ ବିମୋହିତ କରିଥିଲେ।ପୂର୍ବରୁ, ଉତ୍ସବର ପ୍ରଥମ ଦିନରେ (ଶନିବାର) ବିଭିନ୍ନ ରାଜ୍ୟ ଓ ରାଜ୍ୟ ବାହାରୁ ପୀରବାବାଙ୍କ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସକାଳ ୬ଟାରୁ ୭ଟା ୩୦ ମିନିଟ୍ ପର୍ଯ୍ୟନ୍ତ ବିଶିଷ୍ଠ ମୌଲାନାଙ୍କ ଦ୍ୱାରା କୋରାନ ଖାନି ପରେ ପୀରବାବାଙ୍କୁ ଗୋଲାପ ଜଳ ଓ ଫୁଲ ଚଢ଼ାଇ ସର୍ବସାଧାରଣରେ ଦର୍ଶନ କରାଯାଇଥିଲା। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତେବେ ଖାନକା ସରିଫ ମଧ୍ୟ ରେ ଥିବା କାର୍ଯ୍ୟାଳୟ ସମ୍ମୁଖ ରେ ଦୁଇ ଗୋଷ୍ଠି ମଧ୍ୟରେ ବିଭିନ୍ନ ସମୟରେ ରେ ବିବାଦ ଲାଗି ରହିଥିଲା। ତାହାକୁ ପୋଲିସ ନିଜ ଆୟତରେ ରଖି ଥିଲେ।ତେବେ ଶାନ୍ତି ଶୃଙ୍ଖଳା ସହ ଏହି ପର୍ବ ପାଳନ ହୋଇଥିଲା। ଭଦ୍ରକ ଏସପି ମନୋଜ କୁମାର ରାଉତ, ଜିଲ୍ଲା ତଥା ଜିଲ୍ଲା ବାହାରୁ ବଛା ବଛା ପୋଲିସ ସମେତ ଧାମନଗର ତହସିଲଦାର,କାର୍ଯ୍ୟନିର୍ବାହୀଅଧିକାରୀ ସମେତ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.