Home ଜିଲ୍ଲା ପରିକ୍ରମା ଚରମ୍ପା ମହାବିଦ୍ୟାଳୟରେ ଏବିଭିପିର ବାଜିମାତ

ଚରମ୍ପା ମହାବିଦ୍ୟାଳୟରେ ଏବିଭିପିର ବାଜିମାତ

4

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ଚରମ୍ପା ମହାବିଦ୍ୟାଳୟର ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ସଭାପତି ଭାବେ ଅଖିଳ ଭାରତୀୟ ବିଦ୍ୟାଥୀ ପରିଷଦର ଚନ୍ଦନ ମିଶ୍ର ବିଜୁ ଛାତ୍ର ଜନତା ଦଳର ଶୁଭମ ମଲ୍ଲିକଙ୍କୁ, ସମ୍ପାଦକ ଭାବେ ଦିଲନ ଚନ୍ଦ୍ର ସାହୁ ବିଜୁ ଛାତ୍ର ଜନତା ଦଳର ଅଂଶୁମାନ ମିଶ୍ରଙ୍କୁ ପରାସ୍ତ କରିଛନ୍ତି। ସହ ସମ୍ପାଦକ ଭାବେ ସରୋଜ କୁମାର କର ବିଜୟ ଲାଭ କରିଥିବା ଜଣାପଡିଛି। ଅନ୍ୟ ପଟେ ଉପ ସଭାନେତ୍ରୀ ଭାବେ ଲୋପାମୁଦ୍ରା ମହାନ୍ତି ବିନା ପ୍ରତିଦ୍ୱନ୍ଦୀତାରେ ବିଜୟ ଲାଭ କରିଥିଲେ। ଚରମ୍ପା ମହାବିଦ୍ୟାଳୟରେ ଚାଲିଥିବା ବିକାଶ କର୍ଯ୍ୟକ୍ରମ ଆହୁରି ତୁରାନ୍ୱିତ ପାଇଁ ଚେଷ୍ଟା କରିବେ ବୋଲି ବିଜୟୀ ସଭାପତି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.