ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଆଜି ସଭାପତି ଓ ସଂପାଦକ ପଦ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥିୀ ହାତେଇ ନେଇଛନ୍ତି। ସର୍ବଶେଷ ସୂଚନାରୁ ଯାହା ଜଣାଯାଏ ଏହି ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ସମର୍ଥିିତ ସଭାପତି ପ୍ରାର୍ଥୀ ଅମିତ ମହାନ୍ତିଙ୍କର ବିପୁଳ ବିଜୟ ହୋଇଥିବାବେଳେ ସଂପାଦକ ଭାବେ ପ୍ରକାଶ ନାୟକ ବିଜୟଲାଭ କରିଛନ୍ତି। ମୁଖ୍ୟତଃ ଏହି ଦୁଇଟି ପଦ ବିଜୁ ଛାତ୍ର ଜନତା ଦଳ ହାତକୁ ଯାଇଥିବାରୁ ଏବିଭିପି ପ୍ରାର୍ଥୀଙ୍କର ଶୋଚନୀୟ ପରାଜୟ ହୋଇଛି। ସେହିଭଳି ଉପସଭାପତି ଭାବେ ଅନିତା ଜେନା, ସହ ସଂପାଦକ ଭାବେ ଜ୍ୟୋତିରଞ୍ଜନ ଦାସ ବିଜୟଲାଭ କରିଛନ୍ତି। ଡ୍ରାମାଟିକ୍ ସୋସାଇଟିର ସଂପାଦକ ଭାବେ ଆଦିତ୍ୟ ନାରାୟଣ ପତି, ସହ ସଂପାଦକ ଭାବେ ଗୌରବ ପଣ୍ଡା, ଆଥଲେଟିକ୍ ଆସୋସିଏସନ୍ର ସଂପାଦକ ଭାବେ ଚିରଞ୍ଜୀବ ରାଉତ, ସହ ସଂପାଦକ ଭାବେ ପ୍ରିୟଙ୍କା ନାୟକ, ଷ୍ଟୁଡେଂଟ କମନରୁମ୍ ବଏଜ ର ସଂପାଦକ ଭାବେ ଆକାଶ ପ୍ରକାଶ ପାଢୀ, ସହ ସଂପାଦକ ଭାବେ ବିଭୂତି ଭୂଷଣ ମଲିକ, ଗାର୍ଲସ କମନ ରୁମ୍ର ସଂପାଦକ ଭାବେ ଉଜୟିନୀ ନାୟକ, ସହ ସଂପାଦକ ଭାବେ ଶୁଭଶ୍ରୀ ଦେବାର୍ଚନା, ଡେ ସ୍କଲାର୍ସ ଆସୋସିଏସନ୍ର ସଂପାଦକ ଭାବେ ଆଦିତ୍ୟ ଶଙ୍କର ନାୟକ, ସହ ସଂପାଦକ ଭାବେ ରିତେଶ ବେହେରା, ସାଇନ୍ସ ସୋସାଇଟିର ସଂପାଦକ ଭାବେ ଲିପ୍ସାରାଣୀ ସେଠୀ, ସହ ସଂପାଦକ ଭାବେ ଶିଭାଶିଷ ବାରିକ, କମର୍ସ ସୋସାଇଟିର ସଂପାଦକ ଭାବେ ସଂଚିତା ସାମଲ, ସହସଂପାଦକ ଭାବେ ପ୍ରକାଶ ନାୟକଙ୍କର ବିଜୟ ହୋଇଛି ବୋଲି କଲେଜର ଅଧ୍ୟକ୍ଷ ଡ. ଲଲିତ ରଞ୍ଜନ ସାହୁ ସୂଚନା ଦେଇଛନ୍ତି।
Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ, ସଭାପତି ଓ ସଂପାଦକ ପଦ ହାତେଇଲା ବିସିଜେଡି








