ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀମାନେ ବାଜିମାତ କରିଛନ୍ତି। ଗୁରୁବାର ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ସେମାନେ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ସଭାପତି ଭାବେ ସୌରଭ ଦାସ, ଉପସଭାପତି ଭାବେ ଜ୍ୟୋତିରଞ୍ଜନ ରାଉତ, ସାଧାରଣ ସମ୍ପାଦକ ଭାବେ ମାନସ କୁମାର ବାରିକ, ସହକାରୀ ସମ୍ପାଦକ ଭାବେ ଅଜିତ ପତି, ସାଂସ୍କୃତିକ ସମ୍ପାଦକ ଭାବେ ଅସୀମା ପଣ୍ଡା ଏବଂ କ୍ରୀଡ଼ା ସମ୍ପାଦକ ଭାବେ ରାମ ହାଂସ୍ଦା ନିର୍ବାଚିତ ହୋଇଛନ୍ତି। ଉକ୍ତ ନିର୍ବାଚନ ପ୍ରକ୍ରିୟାକୁ ନୋଡାଲ ଅଫିସର ପ୍ରଭାତ ନାୟକ ଓ ସଂଯୋଜିକା ସ୍ୱର୍ଣ୍ଣଲତା ପାକଳ ପରିଚାଳନା କରିଥିଲେ। ମହାବିଦ୍ୟାଳୟରେ ଶୃଙ୍ଖଳାର ସହ ନିର୍ବାଚନ ପ୍ରକ୍ରିୟା ସମ୍ପନ୍ନ ହୋଇଥିବାରୁ ଅଧ୍ୟକ୍ଷ ଡକ୍ଟର ନିତ୍ୟାନନ୍ଦ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ସାଧୁବାଦ ଜଣାଇଥିଲେ। ଏଥିସହ ମହାବିଦ୍ୟାଳୟର ଉନ୍ନତି ସାଧନ କରିବା ସହ ଶୃଙ୍ଖଳା ବଜାୟ ରଖିବା ଦିଗରେ ସମସ୍ତେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।








