Home ଜିଲ୍ଲା ପରିକ୍ରମା କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ନିର୍ଯ୍ୟାତନା ଆଇନ୍ -୨୦୧୩ ଉପରେ ଦିନିକିଆ ତାଲିମ ଶିବିର

କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ନିର୍ଯ୍ୟାତନା ଆଇନ୍ -୨୦୧୩ ଉପରେ ଦିନିକିଆ ତାଲିମ ଶିବିର

7

ଭଦ୍ରକ, ୧୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, ଭଦ୍ରକ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ (ନିରୋଧ, ନିଷେଧ ଓ ପ୍ରତିକାର) ଆଇନ୍‌, ୨୦୧୩ ଉପରେ ଏକ ବ୍ୟାପକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟସ୍ଥଳକୁ ଉତ୍ପୀଡ଼ନମୁକ୍ତ କରିବା, ମହିଳାଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ତଥା ଉକ୍ତ ଆଇନର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ବୃଦ୍ଧି ନିମନ୍ତେ ଏହି ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ଉକ୍ତ ଆଇନର ପରିଚୟ ଓ ଉଦ୍ଦେଶ୍ୟ, ଯୌନ ଉତ୍ପୀଡ଼ନର ପରିଭାଷା, ଅଭିଯୋଗ କମିଟି ଏବଂ ସ୍ଥାନୀୟ କମିଟି ଗଠନ, ଅଭିଯୋଗ ଦାଖଲ ଓ ତଦନ୍ତ ପ୍ରକ୍ରିୟା, ଗୋପନୀୟତା ଓ ପୀଡ଼ିତାଙ୍କ ସୁରକ୍ଷା, ନିଯୁକ୍ତିଦାତାଙ୍କ ଦାୟିତ୍ୱ ଏବଂ ସଚେତନତାର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସଂଗୀତା ପାଢୀଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ଉପ-ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ଦୀପ୍ତିକା ପ୍ରିୟଦର୍ଶିନୀ ସାହୁ, ମହିଳା ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଶ୍ରୀମତୀ ଆଭାମୟୀ ମହାପାତ୍ର, ବାଲ୍ୟ ବିବାହ ନିଷେଧ ଅଧିକାରୀ ଆଲାଦି ମାରାଣ୍ଡି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରତିନିଧି ଅନ୍ନପୂର୍ଣ୍ଣା ସାହୁ ଯୋଗଦେଇ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂଯୋଜିକା ଭାବେ ସୁରକ୍ଷା ଅଧିକାରୀ ଶ୍ରୀମତୀ ସବିତା ବେହେରା ଓ ସୁରକ୍ଷା ତଥା କାର୍ଯ୍ୟକ୍ରମ ଅଧିକାରୀ ଶକୁନ୍ତଳା ଦାସ ଦାୟିତ୍ୱ ତୁଲାଇଥିଲେ। ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ। ଏହି ଶିବିରରେ ଓନ୍ ଷ୍ଟପ୍ ସେଂଟର, ଶକ୍ତି ସଦନ, ସମସ୍ତ ସିଡିପିଓ, ପୋଲିସ, ତହସିଲ ଓ ପଂଚାୟତ ବିଭାଗର ଅଧିକାରୀ, ଯୁବ ଓ ଛାତ୍ର ସଂଗଠନର ପ୍ରତିନିଧି,ପୁସ୍ତକ ଓ ପରିବହନ ସେବା ସଂସ୍ଥା ର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.