Home ଜିଲ୍ଲା ପରିକ୍ରମା ପାଳିଆବିନ୍ଧା କଲେଜ ଛାତ୍ର ସଂସଦ ନିର୍ବାଚନ,ସରିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର , ୧୫ରେ ନିର୍ବାଚନ

ପାଳିଆବିନ୍ଧା କଲେଜ ଛାତ୍ର ସଂସଦ ନିର୍ବାଚନ,ସରିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର , ୧୫ରେ ନିର୍ବାଚନ

2

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ପାଳିଆବିନ୍ଧା ବିଏନଏମଏ କଲେଜରେ ଶନିବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହୋଇଯାଇଛି। ଆସନ୍ତା ୧୫ ତାରିଖରେ ନିର୍ବାଚନ ହେବ। ସେଥିପାଇଁ କକେଜ କ୍ୟାମ୍ପସରେ ଉଷ୍ମତା ଦେଖାଦେଇଛି ।କଲେଜରେ ଦୁଇ ଜଣ ପ୍ରାର୍ôଥ ସେମାନଙ୍କର ନାମାଙ୍କନ ପତ୍ର ପ୍ରତ୍ୟାହାର କରିଥିବା ସୂଚନା ମିଳିଛି । ସେମାନେ ସହ-ନାଟ୍ୟ ସମ୍ପାଦକ ପଦବୀ ଲାଗି ନାମାଙ୍କନ କରିଥିବା ପ୍ରାଥିôର୍ ଅବିନାଶ ପୃଷ୍ଟି ଓ ଯୁକ୍ତଦିନି ୨ୟ ବର୍ଷର କ୍ଲାସ ରେପ୍ରେଜେେଂଟଟିଭ୍ ପ୍ରାର୍ôଥ ମଳୟ ରଞ୍ଜନ ଲେଙ୍କା ବୋଲି କଲେଜ ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡାଙ୍କ ଠାରୁ ସୂଚନା ମିଳିଛି । ସଭାପତି ପାଇଁ ଅମନ କୁମାର ସାହୁ, ସଞ୍ଜୟ ବାରିକ, ସରୋଜ ମୁଦୁଲି, ଉପସଭାପତି ପାଇଁ ପୂଜାରାଣୀ ବିଶ୍ୱାଳ, ସୁମନ୍ତ କୁମାର ମଲ୍ଲିକ, ସାଧାରଣ ସମ୍ପାଦକ ପାଇଁ ଦୀପାରାଣୀ ଜେନା, ନିବେଦିତା ଦାସ, ପ୍ରିୟବ୍ରତ ବିଶ୍ୱାଳ, ସହ-ସାଧାରଣ ସମ୍ପାଦକ ପାଇଁ ରୋଜି ମହାନ୍ତି, ସତ୍ୟନାରାୟଣ ନାୟକ, କ୍ରୀଡ଼ା ସମ୍ପାଦକ ପାଇଁ ଅଭୟ କୁମାର ବାରିକ, ସତ୍ୟଜିତ୍ ବେହେରା, ସହ-କ୍ରୀଡ଼ା ସମ୍ପାଦକ ପାଇଁ ଗାୟତ୍ରୀ ବେହେରା, ଶଶାଙ୍କ ନାୟକ, ନାଟ୍ୟ ସମ୍ପାଦକ ପାଇଁ ବର୍ଷାରାଣୀ ନାୟକ, ସବିତା ବେହେରା, ବରଦା ପ୍ରସାଦ ପଣ୍ଡା, ସାଂସ୍କୃତିକ ସମ୍ପାଦକ ପାଇଁ ଆଲୋକ ମିଶ୍ର, ସଂଘମିତ୍ରା ନାଥ, ସହ-ସାଂସ୍କୃତିକ ସମ୍ପାଦକ ପାଇଁ ସଞ୍ଜୟ କୁମାର ଦାସ, ସୌଭାଗ୍ୟଲକ୍ଷ୍ମୀ ବେହେରା, ପ୍ରଥମବର୍ଷ ଶ୍ରେଣୀ ପ୍ରତିନିଧି ଭାବେ ନବୀନ କୁମାର ସାମଲ, ଦ୍ୱିତୀୟ ବର୍ଷ ଶ୍ରେଣୀ ପ୍ରତିନିଧି ଭାବେ ଓ ସ୍ମିତାଞ୍ଜଳି ପଣ୍ଡା ଏବଂ ତୃତୀୟବର୍ଷ ଶ୍ରେଣୀ ପ୍ରତିନିଧି ଭାବେ ବ୍ରଜକିଶୋର ଦଳାଇଙ୍କ ନାମ କାଏମ୍ ରହିଛି । କଲେଜ ପରିସରରେ ଯେପରି କୌଣସି ଗଣ୍ଡଗୋଳ ନହୁଏ ଏବଂ ବାତାବରଣ ନଷ୍ଟ ନହୁଏ ସେଥିପ୍ରତି କର୍ତୃପକ୍ଷ ସଜାଗ୍ ରହିଥିବା ବେଳେ ପୋଲିସ ମୁତୟନ ହୋଇଥିବା ଜଣାଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଅମୂଲ୍ୟ କୁମାର ପରିଡାଙ୍କ ସମେତ ସରୋଜ କୁମାର ମହାପାତ୍ର, ଡ.ଗୋବିନ୍ଦ ଚନ୍ଦ୍ର ବାଗ୍‌?, ପ୍ରଦୀପ କୁମାର ମିଶ୍ର, ରାଜେନ୍ଦ୍ର ଭୁଏ, ଆକାଙ୍ଖ୍ୟା ଚାନ୍ଦ ଓ ଭରତ ଚନ୍ଦ୍ର ପାତ୍ର ପ୍ରମୁଖ ଛାତ୍ର ସଂସଦ ନିର୍ବାଚନ ପରିଚାଳନା କରୁଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.