ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡ଼ା ସନ୍ନିିକଟ କାଣ୍ଡବା ଗ୍ରାମର ସମାଜ ସେବିକା ପାତି ମାଝିଙ୍କ ଏକାଦଶାହରେ ସ୍ମୃତିସଭା ଅନୁଷ୍ଠିତ ହୋଇଛି। ପୂର୍ଣ୍ଣଚନ୍ଦ୍ର ମାଝିଙ୍କ ଆବାହକତ୍ୱରେ ଆଗରପଡ଼ା ବରିଷ୍ଠ ନାଗରିକ କର୍ମଚାରୀ ସଂଘ ସଭାପତି କୈଳାସ ଚନ୍ଦ୍ର ଧଳ,ସମାଜସେବୀ କର୍ଣ୍ଣ ମାଝି,ପୟୋଧର ବାରିକ,କୃଷ୍ଣ ଚନ୍ଦ୍ର ମାଝି,ପଣ୍ଡିତ ମଦନ ମୋହନ ଦାସ,ପୂର୍ବତନ ସମିତି ସଭ୍ୟ ବସନ୍ତ ନାୟକ ପ୍ରମୁଖ ୰ପାତି ମାଝି ଜଣେ ପରୋପକାରୀ ଓ ଧର୍ମପ୍ରାଣା ମହିଳା ଥିଲେ ବୋଲି କହିଥିଲେ। ପ୍ରାରମ୍ଭରେ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା। ପରିବାରର ଜଗନ୍ନାଥ ମାଝି,ବଳରାମ ମାଝି,ବର୍ଷା ମାଝି,ରିତୁ ମାଝି,ଲତିକା ମାଝି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।








