Home ଜିଲ୍ଲା ପରିକ୍ରମା ଭଦ୍ରକ ମହିଳା ମହାବିଦ୍ୟାଳୟ ଓ ନାଁଆମି କଲେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ,ନିର୍ବାଚନ ବାତିଲ, ଛତ୍ରୀଙ୍କ...

ଭଦ୍ରକ ମହିଳା ମହାବିଦ୍ୟାଳୟ ଓ ନାଁଆମି କଲେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ,ନିର୍ବାଚନ ବାତିଲ, ଛତ୍ରୀଙ୍କ ମଧ୍ୟରେ ଉତେଜନା

2

ଭଦ୍ରକ, ୧୦ ଅକ୍ଟୋବର (ହି.ସ.) – ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଉତେଜନା ଓ ଆନ୍ଦୋଳନ ଜାରି ରହିଥିବାରୁ ଭଦ୍ରକ ମହିଳା ମହାବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି।ଆଜି ଛାତ୍ର ସଂସଦ ନିର୍ବାଚନ ର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଥିବା ବେଳେ ଗତକାଲି ଭଦ୍ରକ ରେ ଏବିଭିପି ପକ୍ଷରୁ ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯାଇଥିଲା। ତେବେ ଆଜି ମହିଳା ମହାବିଦ୍ୟାଳୟ କୁ ବିସିଜେଡି ଓ ଏବିଭିପିର ଛାତ୍ରଛାତ୍ରୀ ମାନେ ନାମାଙ୍କନ ଭରିବା କୁ ସଦଳବଳେ ବାଜା ରୋଷଣୀ ଭିତରେ ଆସିଥିବାବେଳେ କଲେଜ ର କାନ୍ଥରେ ନିର୍ବାଚନ ବାତିଲ ହେବାନେଇ ନୋଟିସ ଦେଖି କ୍ଷୋଭ ପ୍ରକାଶ କରିଥିଲେ। ଏବଂ କାହିଁକି କଲେଜ ନିର୍ବାଚନ ବାତିଲ ହେଲା ତାହା ନେଇ ସରକାର ଙ୍କୁ ତାତ୍ସଲ୍ୟ କରିବା ସହ ସରକାରଙ୍କଙ୍କ ଦୋମୁହାଁ ନୀତି ବିରୋଧରେ ଗର୍ଜିଥିଲେ ବିସିଜେଡି ଛାତ୍ରଛାତ୍ରୀ । ପରବର୍ତୀ ନିର୍ଦ୍ଦେଶ ଜାରି ହେବା ପର୍ଯ୍ୟନ୍ତ ଏହି ବନ୍ଦ ନିଷ୍ପତି ବଳବତର ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।ସେହିପରି କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁଁ ଭଦ୍ରକସ୍ଥିତ ନାଆଁମି ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମଧ୍ୟ ବନ୍ଦ ଘୋଷଣା କରାଯାଇଛି। ଆଜି ଠାରୁ କଲେଜ ବନ୍ଦ ରହିବ ବୋଲି କଲେଜ କର୍ତୃପକ୍ଷଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। କଲେଜ ପରିସରରେ ଉତେଜନା ଓ ଶାନ୍ତିପୂର୍ଣ୍ଣ ଶୈକ୍ଷିକ ପରିବେଶ ବ୍ୟାହତ ହେଉଥିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଓ ଅନ୍ୟମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ। ଏବଂ ପରବର୍ତୀ ନିର୍ଦ୍ଦେଶ ଜାରି ନହେବା ପର୍ଯ୍ୟନ୍ତ କଲେଜ ବନ୍ଦ ରହିବ। କଲେଜର ସ୍ୱାଭାବିକ କାର୍ଯ୍ୟକଳାପ ପୁନଃ ଆରମ୍ଭ ସମ୍ପର୍କରେ ପରବର୍ତୀ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯିବ ବୋଲି ସେ କହିଛନ୍ତି। ଏଥିସହ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ବିଜ୍ଞପ୍ତିର ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। କଲେଜର ନିର୍ବାଚନୀ ଜନିତ ଅଶାନ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.