Home ଜିଲ୍ଲା ପରିକ୍ରମା ଶିକ୍ଷୟିତ୍ରୀଙ୍କୁ ଦିିିଆଗଲା ଅବସର ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀଙ୍କୁ ଦିିିଆଗଲା ଅବସର ସମ୍ବର୍ଦ୍ଧନା

0

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ତୋଫାବିବି କ୍ଲଷ୍ଟର ଅଧିନ ପୁରୁଷଣ୍ଢ ନୋଡାଲ୍ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷୟିତ୍ରୀ ଭାରତୀ ମିଶ୍ରଙ୍କୁ ଅବସର ସମ୍ବର୍ଦ୍ଧନା ଦିଆଯାଇଛି । ତୋଫାବିବି ଠାରେ ଆୟୋଜିତ ସଭାକୁ ସାଧନ କେନ୍ଦ୍ର ସଂଯୋଜକ ନିରଞ୍ଜନ ଖିଲାର ସଭାପତିତ୍ୱ କରିଥିଲେ । ଶିକ୍ଷାବିତ୍ ବିଜୟ କୁମାର ଜେନାଙ୍କ ମଂଚ ପରିଚାଳନାରେ ପୂର୍ବତନ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅମୂଲ୍ୟ କୁମାର ମିଶ୍ର, ଶିକ୍ଷାବିତ୍ ମୋହନ କୁମାର ମହାନ୍ତି, ପୂର୍ବତନ ସାଧନକେନ୍ଦ୍ର ସଂଯୋଜକ ପ୍ରଫୁଲ କୁମାର ଜେନା, ଅଲଓଷ୍ଟା ବନ୍ତ ସାଧାରଣ ସମ୍ପାଦକ ଜଗନ୍ନାଥ ମଲ୍ଲିକ, ଶିକ୍ଷାବିତ୍ ହରିହର ସାହୁ, ଲକ୍ଷ୍ମୀଧର ପୃଷ୍ଟିି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିକ୍ଷୟିତ୍ରୀ ଭାରତୀ ମିଶ୍ରଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ଲଷ୍ଟର ଅଧିନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପୁରୁଷଣ୍ଢ ବିଦ୍ୟାଳୟର ପରିଚାଳନା କମିଟି ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ବିଦାୟୀ ଶିକ୍ଷୟିତ୍ରୀଙ୍କ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରାରମ୍ଭରେ ତପନ ସାହୁ ଅତିଥି ପରିଚୟ ରଖିଥିବା ବେଳେ ଶେଷରେ ଧରଣୀଧର ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ । ପୁରୁଷଣ୍ଢ ସ୍କୁଲ ପ୍ରଧାନଶିକ୍ଷକ ସୁରେନ୍ଦ୍ର ସାହୁ, ତୋଫାବିିବି ସ୍କୁଲ ପ୍ରଧାନଶିିିକ୍ଷକ କୃଷ୍ଣଚନ୍ଦ୍ର ଦାସ, ଗୀତାଞ୍ଜଳୀ ସାହୁ, ଅକ୍ଷୟ ମହାନ୍ତିିି, ସବିତା ଜେନା, ସୁଚୀସ୍ମିତା ନାୟକ,ମିତାଞ୍ଜଳୀ ଧଳ, ଅର୍ନ୍ତର୍ଯ୍ୟାମୀ ମଲ୍ଲିକଙ୍କ ସମେତ ଶିିକ୍ଷାବିିତ୍ କେତକୀ ଭୂୟାଁ,ଶ୍ୱେତପଦ୍ମା ପାତ୍ର, ଅନାଥ ଜେନା, ବିିନୋଦ ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.