Home ଜିଲ୍ଲା ପରିକ୍ରମା ଡିଗି ପାର୍କ ସାଜିଛି ଅପରାଧୀଙ୍କ ଆଡ୍ଡା!, ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ; ଅଭିଯୁକ୍ତ କୋର୍ଟ ଚାଲାଣ,...

ଡିଗି ପାର୍କ ସାଜିଛି ଅପରାଧୀଙ୍କ ଆଡ୍ଡା!, ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ; ଅଭିଯୁକ୍ତ କୋର୍ଟ ଚାଲାଣ, ପୀଡ଼ିତା ଆସିଆନରେ

30

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଭଗବାନପୁର ପଂଚାୟତର ପଦ୍ମପୋଖରୀ ସ୍ଥିତ ଡିଗି ପାର୍କର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ଗୁରୁତର ପ୍ରଶ୍ନ ଉଠିଛି। ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ ଧାମନଗର ଥାନାରେ କେସ ନଂ. ୪୪୦/୨୬ ରେ ମାମଲା ରୁଜୁ ହୋଇଛି।ପ୍ରକାଶ ଥାଉକି ଭଦ୍ରକ କୁଆଁସ ଅଂଚଳର ଜଣେ ନାବାଳିକାଙ୍କୁ ପୁରୁଣା ବଜାର ଅଂଚଳର ଜଣେ ଯୁବକ ବିବାହର ପ୍ରଲୋଭନ ଦେଖାଇ ଧାମନଗର ଆଣିଥିଲେ। ପରେ ଡିଗି ପାର୍କ ବୁଲାଇବା ବାହାନାରେ ତାଙ୍କୁ ପାର୍କର ଏକ ନିକାଂଚ ଓ ଅନ୍ଧାରିଆ ବୁଦା ନିକଟକୁ ନେଇ ବଳାତ୍କାର ଉଦ୍ୟମ କରାଯାଇଥିବା ଏତଲାରେ ଦର୍ଶାଯାଇଛି। ନାବାଳିକାଙ୍କ ଚିତ୍କାର ଶୁଣି ପାର୍କ କର୍ମଚାରୀ ପହଂଚିବାରୁ ଯୁବକ ଜଣକ ସେଠାରୁ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ କିଛି ଯୁବକ ତାଂକୁ ଅଟକ ରଖି ଧାମନଗର ପୋଲିସ କୁ ଖବର ଦେଇଥିଲେ । ଆଇଆଇସି ଙ୍କ ନେତୃତ୍ୱରେ ପୋଲିସ ଟିମ ପାର୍କ ରେ ପହଂଚି ଉଭୟଙ୍କୁ ଥାନା କୁ ନେଇଥିଲେ।ତେବେ ଡିଗି ପାର୍କ ରେ ଏଭଳି ଘଟଣାକୁ ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ଉଠିଥିବା ସ୍ଥାନୀୟ ମହଲର ଦାବି କରୁଥିଲେ। ।ତେବେ ଘଟଣା ତଦନ୍ତ ସହ ଥାନା ରେ କେସ ନମ୍ବର ୪୪୦/୨୬ ରେ ଏକ ମାମଲା ରୁଜୁ କରା ଯିବା ସହ ଏହାର ତଦନ୍ତ ଦାଇତ୍ୱ ଏସ ଆଇ ରଶ୍ମିତା ମଲିକ ନେଇ ଘଟଣା ତଦନ୍ତ କରୁଛନ୍ତି।ଅଭିଯୁକ୍ତ କୁ କୋର୍ଟ ଚାଲାଣ କରା ଯାଇଥିବା ବେଳେ ପୀଡ଼ିତା କୁ ଭଦ୍ରକ ସ୍ଥିତ ଆସିଆନା ରେ ରଖା ଯାଇଛି ବୋଲି ତଦନ୍ତ କାରି ଅଧିକାରୀ କହିଛନ୍ତି।ତେବେ ଘଟଣା ର କିଛି ସାମ୍ପ୍ରଦାୟିକ ଘଟଣା ଜଡ଼ିତ ଥିବାରୁ ଘଟଣା କୁ ଅଧିକ ସୂଚନା ତଦନ୍ତକାରି ଅଧିକାରି ଦେଇ ନଥିଲେ।ତେବେ ଉକ୍ତ ପାର୍କ ରେ ଏପରି ଘଟଣା ଯଦି ଘଟେ ତେବେ ଯେଉଁମାନେ ସେଠାକୁ ବୁଲିବାକୁ ଆସିବେ ସେମାନେ କେତେ ସୁରକ୍ଷିତ ରହିବେ ତାହା ତଦନ୍ତ ସାପେଖ।ସୂଚନା ଥାଉକି ଉକ୍ତ ପାର୍କ ରେ ପ୍ରାୟ ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଡିଗି ପାର୍କର ନିର୍ମାଣ ୨୦୧୮ରୁ ଆରମ୍ଭ ହୋଇ ୨୦୨୨ରେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା। ବୋଟିଂ, ଲେକ୍‌ଭ୍ୟୁ ଓ ମନୋରମ ପରିବେଶ ପାଇଁ ଏହା ଅଂଚଳର ଏକ ପ୍ରମୁଖ ଆକର୍ଷଣ ପାଲଟିଥିଲା। ଏହାର ମଡେଲ ଅଧ୍ୟୟନ ପାଇଁ ମହାରାଷ୍ଟ୍ରରୁ ପ୍ରତିନିଧି ଦଳ ଆସିଥିଲେ। ହେଲେ ଏବେ ପାର୍କର ବିଭିନ୍ନ ସ୍ଥାନ ବୁଦା, ଅନାବନା ଘାସ ଓ ଅପରିଷ୍କାର ପରିବେଶରେ ଭରିଯାଇଥିବା ଅଭିଯୋଗ ହେଉଛି। ଫଳରେ ଅନ୍ଧାରିଆ ଓ ନିକାଂଚ ସ୍ଥାନଗୁଡ଼ିକ ଅପରାଧୀଙ୍କ ପାଇଁ ସୁବିଧାଜନକ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ୪ କୋଟି ଟଙ୍କାର ସରକାରୀ ସମ୍ପତିର ସୁରକ୍ଷା ସହ ପର୍ଯ୍ୟଟକଙ୍କ ନିରାପତା ପାଇଁ ତୁରନ୍ତ ବୁଦା ସଫା, ପର୍ଯ୍ୟାପ୍ତ ଆଲୋକୀକରଣ, ସିସିଟିଭି ସକ୍ରିୟକରଣ ଓ ପୋଲିସ ପେଟ୍ରୋଲିଂ ବୃଦ୍ଧି କରିବାକୁ ଅଂଚଳବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.