Home ଜିଲ୍ଲା ପରିକ୍ରମା ଭଦ୍ରକରେ ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ ସେବାଜ୍ୟୋତି ଯାତ୍ରା

ଭଦ୍ରକରେ ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ ସେବାଜ୍ୟୋତି ଯାତ୍ରା

3

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ ସେବା ଜ୍ୟୋତି ଯାତ୍ରା ଭଦ୍ରକ ରେ ମହା ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ନୂଆ ବସ ଷ୍ଟାଣ୍ଡ ଠାରୁ ଏହି ସେବା ଜ୍ୟୋତି ଯାତ୍ରା ଆରମ୍ଭ ହୋଇ ଐତିହାସିକ ଗାନ୍ଧୀ ପଡିଆ ପର୍ଯ୍ୟନ୍ତ ଆସିଥିଲା। ଏହି ସେବା ଜ୍ୟୋତି ଯାତ୍ରା ରେ ବିଭିନ୍ନ ଆକର୍ଷଣୀୟ ନୃତ୍ୟ ଓ ବାଜା ବଜାଇ ଶୋଭା ଯାତ୍ରା ବାହାରିଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଯୁବକ ଓ ମହିଳା ମାନେ ସାମିଲ ହୋଇଥିଲେ। ପରେ ଗାନ୍ଧୀ ପଡିଆ ଠାରେ ଏକ ସେବା ସଂକଳ୍ପ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଙ୍କ ସମେତ ଦଳୀୟ ନେତୃବୃନ୍ଦ ମାନେ ଯୋଗ ଦେଇଥିଲେ। ସମସ୍ତେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବା ସହିତ ଶପଥ ପାଠ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୨୫ ବର୍ଷ ର ସଫଳତା ଯାତ୍ରା ଓ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବା ସହ ପ୍ରଧାନମନ୍ତ୍ରୀଙ୍କ ଭାଷଣର ସିଧା ପ୍ରସାରଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.