Home ଜିଲ୍ଲା ପରିକ୍ରମା ତାଳପଦାରେ ବିଦେଶୀ ମଦ ସହ ଅଟୋ ଜବତ, ଜଣେ ଗିରଫ

ତାଳପଦାରେ ବିଦେଶୀ ମଦ ସହ ଅଟୋ ଜବତ, ଜଣେ ଗିରଫ

3

ଭଦ୍ରକ, ୬ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ତାଳପଦା କଲେଜ ରୋଡ଼ରୁ ସୋମବାର ରାତିରେ ପୋଲିସ ୫୬ ଲିଟର ବିଦେଶୀ ମଦ ବୋଝେଇ ହୋଇ ଯାଉଥିବା ଏକ ଅଟୋ ଜବତ କରିଛି । ଏସମ୍ପର୍କରେ ଏସଆଇ ଦୀପ୍ତି ମଞ୍ଜରୀ ବଡ଼ଜେନାଙ୍କ ଏତଲା କ୍ରମେ ୪୨୪/୨୬ରେ ଏକ ମକଦ୍ଦମା ରୁଜୁ ହୋଇଛି । ପୋଲିସ ମଦ ବିକ୍ରେତା ତାଳପଦା ଗ୍ରାମର ମନୋଜ କୁମାର ବେହେରାଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଘଟଣାଦିନ ମନୋଜ ଏକ ଅଟୋରେ ବିଦେଶୀ ମଦ ବୋଝେଇ କରି ତାଙ୍କ ଘରକୁ ନେଉଥିଲେ। କୌଣସି ସୂତ୍ରରୁ ଖବର ପାଇବାପରେ ଆଇଆଇସି ଲୋପାମୁଦ୍ରା ନାୟକଙ୍କ ନିର୍ଦ୍ଦେଶରେ ପୋଲିସ ସଦଳବଳେ ଚଢ଼ାଉ କରି ମନୋଜକୁ ଧରିବାରେ ସକ୍ଷମ ହୋଇଥଲେ । ଅଭିଯୁକ୍ତ ମନୋଜ ନିକଟରୁ ୨ହଜାର ଟଙ୍କା ଜବତ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.