Home ଜିଲ୍ଲା ପରିକ୍ରମା ବନ୍ତ ସମସ୍ୟା ନେଇ ଦସ୍ତଖତ ଅଭିଯାନ

ବନ୍ତ ସମସ୍ୟା ନେଇ ଦସ୍ତଖତ ଅଭିଯାନ

2

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ଆଚଂଳିକ ବିକାଶ ମଂଚ ପକ୍ଷରୁ ବିଭିନ୍ନ ମୌଳିକ ସମସ୍ୟା ନେଇ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଏଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୁପାନ୍ତରିତ କରିବା, ସ୍ଥାୟୀ ଡାକ୍ତର ନିଯୁକ୍ତି, ବସ ଷ୍ଟାଣ୍ଡ ନିର୍ମାଣ,ଅଟୋ ଷ୍ଟାଣ୍ଡ, ଯାତ୍ରୀ ବିଶ୍ରାମଗାର, ଶୌଚାଳୟ ଖୋଲିବା, ବନ୍ତକୁ ବିଜ୍ଞାପିତ ଅଚଂଳ ଘୋଷଣା ଓ ବନ୍ତରେ ସ୍ଥାୟୀ କୋର୍ଟ ନିର୍ମାଣକୁ ତ୍ୱରାନିତ କରିବା ନେଇ ଅଚଂଳବାସୀଙ୍କ ଦୀର୍ଘ ଦାବିକୁ ଦସ୍ତଖତ ସଂଗ୍ରହ ମାଧ୍ୟମରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଯାଇଛି । ସାମାଜିକ କର୍ମୀ ଇଂ. ସୁଧାଂଶୁ ଶେଖର ନାୟକ, ଫାଲଗୁନି ରାଉତ, ମାର୍କଣ୍ଡ ବେହେରା, କାହ୍ନା ନାୟକଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଡ. ମନ୍ମଥ ରାଉଳ, ପୂର୍ବତନ ସରପଚଂ ଅର୍ଜୁନ ଚରଣ ପଣ୍ଡା, ରମାକାନ୍ତ ପାଣିଗ୍ରାହୀ, ନିରଞ୍ଜନ ସାମଲ,ପ୍ରଶାନ୍ତ ପାତ୍ରଙ୍କ ସମେତ ହଜାରେ ସଂଖ୍ୟାରେ ଅଚଂଳବାସୀ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.