Home ଜିଲ୍ଲା ପରିକ୍ରମା ଗାଁକୁ ଫେରିଲେ ବୀର ଯବାନ ଅମିୟ

ଗାଁକୁ ଫେରିଲେ ବୀର ଯବାନ ଅମିୟ

2

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସେଣ୍ଢତିରା ପଚାଂୟତ ଖଳାଗଢିଆ ଗ୍ରାମର ଅମିୟ କୁମାର ଜେନା ଶଶସ୍ତ୍ର ବାହିନୀରେ ଦୀର୍ଘ ୨୨ ବର୍ଷ ଧରି ଦେଶ ସେବା କରିବା ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି । ମହାରାଷ୍ଟ୍ରର ଅହଲ୍ୟା ନଗରରୁ ଚାକିରୀ ଆରମ୍ଭ କରି ଜମ୍ମୁକାଶ୍ମୀର, ରାଜସ୍ଥାନ, ଉତରପ୍ରଦେଶ ପରେ ଅହଲ୍ୟା ନଗରରୁ କାର୍ଯ୍ୟକାଳ ସାରିଛନ୍ତି । ଆଜି ଜନ୍ମମାଟି ଭଦ୍ରକ ରେଳ ଷ୍ଟେସନରେ ପହଞ୍ôଛବା ପରେ ଶ୍ରୀ ଜେନାଙ୍କୁ ହିନ୍ଦୁ ଜାଗରଣ ମଂଚର ରାଜ୍ୟ କାର୍ଯ୍ୟକାରିଣୀ ପ୍ରେମାନନ୍ଦ ବେହେରା,ଜିଲ୍ଲା ସଂଯୋଜକ ମନୋରଞ୍ଜନ ନାୟକ, ବିବେକାନନ୍ଦ ପ୍ରଭାତ ଶାଖାର ଶିକ୍ଷକ ସର୍ବେଶ୍ୱର ମହାପାତ୍ର, ବନ୍ତ ବ୍ଲକ ସଂଯୋଜକ ମଳୟ ରଞ୍ଜନ ପଣ୍ଡା,ପ୍ରତାପ ସାହୁ, ବିନାୟକ ୟୁଥ୍ କ୍ଲବଙ୍କ ସମେତ ଅବସରପ୍ରାପ୍ତ ସୈନିକ ସଂଘର ସୁରେଶ ବିଶ୍ୱାଳ, ଲକ୍ଷ୍ମୀକାନ୍ତ ମିଶ୍ର, ଦେବେନ୍ଦ୍ର ଦାସଙ୍କ ପକ୍ଷରୁ ସ୍ୱାଗତ କରାଯାଇ ପାଚ୍ଛୋଟି ଅଣାଯାଇଥିଲା । ପରେ ତୁଣ୍ଡା ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ବଣ ପିଞ୍ଜରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ସେଠୀ, ସରୋଜିନୀ ସାହୁ, ପର୍ଶୁରାମ ନାୟକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଯବାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଗ୍ରାମ ପରିକ୍ରମା ପରେ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଆୟୋଜିତ ସଭାକୁ ଶିକ୍ଷାବିତ୍ ଜଗନ୍ନାଥ ପାତ୍ର ଅଧ୍ୟକ୍ଷତା କରିଥିଲେ । ଏଥିରେ ଷେଣ୍ଢତିରା ସରପଚଂ ପ୍ରଶାନ୍ତ ଦାସ, ବନ୍ତ ସମିତିସଭ୍ୟ ପରମେଶ୍ୱର ବାରିକ, ସମାଜସେବୀ ହୃଷିକେଷ ପାତ୍ର, ଭାସ୍କର ଚନ୍ଦ୍ର ପାଢୀ, ମାଧବ ଚନ୍ଦ୍ର ବିଶ୍ୱାଳ, ନିରଞ୍ଜନ ସାହୁ, ଅଲେଖ ଚନ୍ଦ୍ର ନାୟକ,ରୋହିତ କୁମାର ଜେନା, ଦେବାଶିଷ ବିଶ୍ୱାଳ,ରଶ୍ମିରଞ୍ଜନ ସେନାପତି ପ୍ରମୁଖ ଶ୍ରୀ ଜେନାଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । କୃଷକ ନେତା ଶଙ୍କର୍ଷଣ ଜେନାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.