Home ଜିଲ୍ଲା ପରିକ୍ରମା ମହାତ୍ମାଗାନ୍ଧି ବିଚାରମଂଚ ପକ୍ଷରୁ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ

ମହାତ୍ମାଗାନ୍ଧି ବିଚାରମଂଚ ପକ୍ଷରୁ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ପାଳିତ

26

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମାଗାନ୍ଧି ବିଚାରମଂଚ ଆନୁକୂଲ୍ୟରେ ମହାମାନବ ମହାତ୍ମାଗାନ୍ଧୀଙ୍କ ୧୫୭ତମ ଓ ଲାଲବାହାଦୁର ଶାସ୍ତ୍ରୀଙ୍କର ୧୨୨ତମ ଜନ୍ମ ଜୟନ୍ତୀ ଭଦ୍ରକ ଭାଗବତ କଲ୍ୟାଣ ମଣ୍ଡପ ଠାରେ ପାଳନ କରାଯାଇଥିଲା । ଉକ୍ତ ଅନୁଷ୍ଠାନର ସଭାପତି ଶାନ୍ତନୁ କୁମାର ରାଉତଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରେ ଯୁଗ୍ମ ସଂପାଦକ ମଦନ ମୋହନ ନାୟକ ଅତିଥିମାନଙ୍କୁ ମଂଚାସୀନ ହେବା ପାଇଁ ନିମନ୍ତ୍ରଣ କଲାପରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗାନ୍ଧି ବାଳାଶ୍ରମର ଅନ୍ତେବାସୀଗଣ ଗାନ କରିଥିଲେ । ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଡ଼. ରାମଚନ୍ଦ୍ର ପଣ୍ଡା ଦେବାପରେ ସଂପାଦକ ସୁଧାକର ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଉକ୍ତ ସଭାରେ ସମ୍ମାନୀୟ ଅତିଥିଭାବେ ପାରାଦୀପ ମହାବିଦ୍ୟାଳୟର ସେବାନିବୃତ୍ତ ଅଧ୍ୟକ୍ଷ ଡ଼. ସୁରେନ୍ଦ୍ର ମୋହନ ମିଶ୍ର ଓ ଅନ୍ୟତମ ଅତିଥିଭାବେ ସମ୍ବର୍ଦ୍ଧିତ ପ୍ରତିଭା ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ଡ଼. ପ୍ରଭାସ ଆଚାର୍ଯ୍ୟ ଯୋଗଦାନ କରିଥିଲେ । ମହାମାନବ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୁର ଶାସ୍ତ୍ରୀଙ୍କର ଜୀବନଚର୍ଯ୍ୟା, ଦର୍ଶନ, ତ୍ୟାଗ, ମାନବିକତା, ସରଳତା, ସତ୍ୟତା ଓ ଅହିଂସାର ଭାବ ଯୁଗେ ଯୁଗେ ସମାଜ ମନେ ରଖିବେ ଏହି କଥା ସମସ୍ତ ମାନନୀୟ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଡ଼. ପ୍ରଭାସ ଆଚାର୍ଯ୍ୟ, ବିଶିଷ୍ଟ ଶିକ୍ଷାବିତ୍ ତଥା ସେବାନିବୃତ୍ତ ପ୍ରାଧ୍ୟାପକ ଡ଼. ଗୋଲକ ପ୍ରସାଦ ସାହୁ ଓ ସମାଜସେବୀ ଡ଼. ଭଗବାନ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପତ୍ର ପାଠ କରିଥିଲେ ଯଥାକ୍ରମେ ବୈଲୋଚନ ବେହୁରିଆ, ଜାନକୀ ପାଢ଼ୀ, ଦପ୍ତିମୟୀ ସାହୁ । ସମ୍ବର୍ଦ୍ଧିତ ପ୍ରତିଭା ଡ଼. ଗୋଲକ ବିହାରୀ ସାହୁଙ୍କ ଉଦ୍ଦେଶ୍ୟରେ ତାଙ୍କ ପୁରାତନ ଛାତ୍ରୀ,ପ୍ରାଧ୍ୟାପିକା ଶ୍ରୀମତୀ ଉତ୍ପଳା ନାୟକ ଏକ ସଂକ୍ଷିପ୍ତ ଜୀବନ ଇତିହାସ ବର୍ଣ୍ଣନା କରିଥିଲେ । ସକାଳ ୮ ଘଟିକା ସମୟରେ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ଗାନ୍ଧୀ ପଡ଼ିଆ ଠାରେ ବିଚାରମଂଚର ସଭ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସଭାପତିଙ୍କ ଅଭିଭାଷଣ ପରେ ଉକ୍ତ ଅନୁଷ୍ଠାନର ଯୁଗ୍ମ ସଂପାଦକ ମୁକ୍ତିକାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ସର୍ବଶ୍ରୀ ହରମୋହନ କୁଅଁର, ଭାସ୍କର ଚନ୍ଦ୍ର ନାୟକ, ରମାକାନ୍ତ ନାୟକ, ଆଦିତ୍ୟ ନାୟକ, ଆଦିତ୍ୟ ଗୋସ୍ୱାମୀ, ପ୍ରତାପ ଚନ୍ଦ୍ର ନାୟକ, ପଦ୍ମନାଭ ନାୟକ, ପରମାନନ୍ଦ ସାହୁ, ଅଜିତ୍ କୁମାର ନାୟକ, କରୁଣାକର ଉପାଧ୍ୟାୟ, ଡ଼. ବ୍ରଜମୋହନ ମିଶ୍ର, ବାସୁଦେବ ବାରିକ୍‌, ଇନ୍ଦ୍ରମଣି ପଣ୍ଡା, ଶଶଧର ନାୟକ, ଚନ୍ଦ୍ର ଶେଖର ନାୟକ, ବିଚିତ୍ରାନନ୍ଦ ମହାନ୍ତି, ଶାନ୍ତିଲତା ବାରିକ୍‌, ସଂଯୁକ୍ତା ଯାଦବ, ମନୋରମା ରାୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଗଣ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.