Home ଜିଲ୍ଲା ପରିକ୍ରମା ଇଶ୍ୱର ଆଶା ଗ୍ରୁପକୁ ଅନୁକମ୍ପା କାହିିଁକି, ଅଙ୍ଗନୱାଡି ଖାଦ୍ୟର ମାନ ଯାଚଂ କରାଯାଉ

ଇଶ୍ୱର ଆଶା ଗ୍ରୁପକୁ ଅନୁକମ୍ପା କାହିିଁକି, ଅଙ୍ଗନୱାଡି ଖାଦ୍ୟର ମାନ ଯାଚଂ କରାଯାଉ

1

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଈଶ୍ୱର ଆଶା ସ୍ୱୟଂ ସହାୟକ ଗୋଷ୍ଠି ଆଜକୁ ୬ ମାସ ଧରି ବନ୍ତ ବ୍ଲକର ୧୧ ଗୋଟି ସେକ୍ଟରରେ ଥିବା ୨୩୮ ଗୋଟି ଅଙ୍ଗନୱାଡି କେନ୍ଦ୍ରକୁ ଗର୍ଭବତୀ ମହିଳା ଏବଂ ଶିଶୁ ମାନଙ୍କ ନିମନ୍ତେ ଶୁଖିଲା ଖାଦ୍ୟ ବଂଟନର ଦାୟିତ୍ୱ ନେଇଛି । ହେଲେ ବିଭିନ୍ନ ସମୟରେ ବିଳମ୍ବରେ ଶୁଖିଲା ଖାଦ୍ୟ ପହଚାଂଇବା, ଖାଦ୍ୟର ମାନ ଅତି ନିମ୍ନ ମାନର ଥିବା ଏବଂ ଓଜନ ମାପରେ ଠକେଇ କରୁଥିବା ଭଳି ଅଭିଯୋଗ ଉପଭୋକ୍ତା ମାନେ କରିଛନ୍ତି । ଏଥପୂର୍ବରୁ ଦୀର୍ଘ ୧୫ ର୍ଷ ଧରି ବନ୍ତ ସମନ୍ୱିତ ଶିଶୁ ବିକାଶ ଅର୍ନ୍ତଗତ ମା ମନ୍ତ୍ର ବାସୁଳୀ ସ୍ୱୟଂ ସହାୟକ ଗୋଷ୍ଠୀ ସୂଚାର ରୂପେ ଖାଦ୍ୟ ବଂଟନ କରି ଆସୁଥିଲା । ହେଲେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ହୀନ ଚକ୍ରାନ୍ତରେ ଓଜନ କମ ଥିବା ଦର୍ଶାଯାଇ ବନ୍ତ ଆଇସିଡିଏସର ତଦନ୍ତ ଠିକ୍ ଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ହାତବାରିଷୀ କରି ଓଜନ କମ୍ ଥିବାର ବିନା ସାକ୍ଷ୍ୟ ପ୍ରମାଣରେ ମିଥ୍ୟା ପ୍ରମାଣପତ୍ର ଏବଂ ବିନା କାରଣ ଦର୍ଶାଆ ନୋଟିସରେ ମା ମନ୍ତ୍ର ବାସୁଳୀ ସ୍ୱୟଂ ସହାୟକଗୋଷ୍ଠୀକୁ ଖାଦ୍ୟ ପ୍ରସ୍ତୁତି ଓ ବଂଟନ ନିମନ୍ତେ ଅନୁମତି ଦିଆଯାଇ ନଥିଲା । ଇତିମଧ୍ୟରେ ବାସୁଦେବପୁର ସମ୍ମନ୍ୱିତ ଶିଶୁ ବିକାଶ ଅଧିନ ଇଶ୍ୱର ଆଶା ନାମକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଏଠାରେ ଖାଦ୍ୟ ବଂଟନ ନିମନ୍ତେ ଅନୁମତି ପ୍ରଦାନ କରାଯାଇଅଛି । ଉକ୍ତ ଗୋଷ୍ଠୀ ୬ ମାସର ଅବଧି ମଧ୍ୟରେ ନିୟମିତ ଖାଦ୍ୟ ବଂଟନରେ ଅନିୟମିତତା, ଖାଦ୍ୟ ଓଜନରେ କମ୍‌, ମୁଢିରେ ବାଦାମ ଏବଂ ଚଣା ମିଶ୍ରଣ କରାନଯାଇ ଗୋଡିମିଶା ମୁଢି ଦେବା, ବାଦାମ ଚିକି ଖାଦ୍ୟ ଅନୁପଯୋଗୀ ହେବା ଉପଭୋକ୍ତା ମାନଙ୍କ ଠାରୁ ଅଭିଯୋଗ ମାନ ମିଳିଛି । ଉପରୋକ୍ତ ସମସ୍ତ ଅଭିଯୋଗକୁ ବିଚାରକୁ ନେଇ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ସଠିକ ଅନୁସନ୍ଧାନ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଭିଭାବକ ଓ ଉପଭୋକ୍ତା ମାନେ ଦୃଢ ଦାବୀ କରିଛନ୍ତି । ପ୍ରକାଶଥାଉକି ପ୍ରତିମାସ ୧ ତାରିଖରେ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ସମସ୍ତ ଉପଭୋକ୍ତା ମାନଙ୍କୁ ଖାଦ୍ୟ ବଂଟନର ନିୟମ ଥିବା ବେଳେ ଏହି ଗୋଷ୍ଠୀ ଖାଦ୍ୟ ବଂଟନରେ ପାତର ଅନ୍ତର କରିଆସୁଛି । ଏପରିକି କେତେକ କେନ୍ଦ୍ରରେ ଏକାଥରକେ ଦୁଇ ମାସର ଖାଦ୍ୟ ବଂଟନ କରୁଥିବା ବେଳେ ମୁଣ୍ଡା ଚିକି ବାଦାମ, ଲାଲ ମୁଢି,ପ୍ୟାକେଟ ଉପରେ ପ୍ୟାକିଂ ତାରିଖ ନଥିବା ଆଦି ଦେଖିବାକୁ ମିଳୁଛି । କିଛିମାସ ପୂର୍ବେ ଅସ୍ୱାସ୍ଥ୍ୟକର ପୃଷ୍ଟିକର ଖାଦ୍ୟ ଖାଇ ଜଣେ ଗର୍ଭବତୀ ମହିଳା ଗୁରୁତର ହେବାର ଅଭିଯୋଗ ଆଣି ବନ୍ତ ସମିତିସଭ୍ୟ ସିଡିପିଓ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ଏତେସବୁ ଅବହେଳା ପରେ ଈଶ୍ୱରଆଶା ଗୋଷ୍ଠୀକୁ କାହାର ଅନୁକମ୍ପା ମିଳୁଛି ସେ ନେଇ ଉପଭୋକ୍ତା ମାନେ ପ୍ରଶ୍ନ କରିଛନ୍ତି । ଉପରୋକ୍ତ ଘଟଣା ନେଇ ବନ୍ତ ସି.ଡ଼ି.ପି.ଓ ଆଲାଦି ମାରାଣ୍ଡି କହନ୍ତି, ଖାଦ୍ୟ ବଂଟନ କରୁଥିବା ଗୋଷ୍ଠୀ ୬୦ କି.ମି ଦୂରରୁ ଆସୁଥିବାରୁ ସଠିକ୍ ସମୟରେ ଖାଦ୍ୟ ବଂଟନ କରି ପାରୁନଥିବା ମୋର ଦୃଷ୍ଟି ଗୋଚର ହୋଇଛି, ଆମ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.