Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ,ବରିଷ୍ଠମାନେ ସମାଜର ମାର୍ଗଦର୍ଶକ

ଜିଲାସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ,ବରିଷ୍ଠମାନେ ସମାଜର ମାର୍ଗଦର୍ଶକ

3

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ସଂସ୍କୃତିରେ ବରିଷ୍ଠ ମାନଙ୍କର ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି।ବରିଷ୍ଠ ମାନେ ସମାଜର ମାର୍ଗ ଦର୍ଶକ।ଏକ ସଶକ୍ତ ସମାଜ ଗଠନ କରିବାସହ ଯୁବପିଢ଼ିଙ୍କୁ ମାର୍ଗ ଦର୍ଶନ ପ୍ରଦାନ କରିବା ଦିଗରେ ବରିଷ୍ଠ ନାଗରିକଙ୍କ ଭୁମିକା ଗୁରୁତ୍ୱପୁର୍ଣ।ଏମାନଙ୍କ ଅନୁଭୂତି ସମାଜ ଓ ପରିବାର ପାଇଁ ଏକ ଅଭିଧାନ ଅଟେ।ଜ୍ୟେଷ୍ଠ ମାନଂକୁ ଛାଡ଼ି କନିଷ୍ଠ ମାନେ ଆଗକୁ ଯାଇପାରିବେ ନାହିଁ।ଆଜି ଯିଏ କନିଷ୍ଠ କାଲି ସେ ବରିଷ୍ଠ ବୋଲି ସଂସ୍କୃତି ଭବନ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଅତିଥି ମାନେ ମତପ୍ରକାଶ କରିଛନ୍ତି।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ରବିନାରୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରିଷ୍ଠଙ୍କ ପାଁଇ ଉଦ୍ଦିଷ୍ଟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରଶାସନିକ ସେବା କ୍ଷେତ୍ରରେ ବରିଷ୍ଠ ଙ୍କୁ ପ୍ରାଧାନ୍ୟ ଦିଆଯିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ।ସେହିପରି ଅନ୍ୟତମ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୁଧୀ ରଞ୍ଜନ ନାୟକ ଜିଲାରେ ବରିଷ୍ଠଙ୍କ ଚିକିତ୍ସା କ୍ଷେତ୍ରରେ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବାସହ ହୃଦରୋଗ,ସ୍ନାୟୁ ଓ ମୂତ୍ରଶୟ ରୋଗ ର ଚିକିତ୍ସା ପାଁଇ ବିଶେଷଜ୍ଞ ମାନଙ୍କୁ ନିଯୁକ୍ତି ଦେବାପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବରିଷ୍ଠ ନାଗରିକ ମହାସଙ୍ଘର ସଭାପତି ଲଲାଟେନ୍ଦୁ ମହାନ୍ତି ମହାନ୍ତି,ସମ୍ପାଦକ କୈଳାସ ମହାପାତ୍ରଯୋଗ ଦେଇ ବରିଷ୍ଠଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ।୩୦ଗୋଟି ସଂଗଠନକୁ ନେଇ ଏହି ସଭାର ଆୟୋଜନ ହୋଇଥିଲା।ଏହି ଦିବସ ପାଳନ ଅବସରରେ ବିଦ୍ୟାଳୟ ସ୍ତରରେ ହୋଇଥିବା ବକ୍ତୃତା,ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ସେହିପରି ଜିଲ୍ଲାର ୩୫ଜଣ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ପଦ୍ମନ ରାୟ, ରାଧାରାଣୀ ମହାପାତ୍ର,ସୁଧାକର ରାଉତ,ଇନ୍ଦ୍ରମଣୀ ପଣ୍ଡା,ଲକ୍ଷ୍ମଣ ମହାନ୍ତି,ଗୀତାରାଣୀ ଆଇଚ,ଶକୁନ୍ତଳା ନାୟକ,ଗଙ୍ଗାଧର ପଣ୍ଡା,ପ୍ରମୋଦ ସ୍ୱାଇଁ,ହକିମୁଦିନ ଖାଁ,ମୁକ୍କୀଦ ଖାଁ,ମହେଶ ଦାସ ଓ ରଘୁନାଥ ସାହୁ ପ୍ରମୁଖ ବହୁ ବରିଷ୍ଠ ମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.