ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ଜାଗୁଳା ପଂଚାୟତ ଜେନା ସାହି ଠାରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଆଙ୍ଗନ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଉକ୍ତ ଅଙ୍ଗନବାଡି କେନ୍ଦ୍ରର ଶିକ୍ଷୟତ୍ରୀ ରାଜେଶ୍ୱରୀ ଜେନା ଏବଂ ସହକାରୀ ସୁମତି ଜେନା ପ୍ରମୁଖ ଉପସ୍ଥିତ ରହି ଶିଶୁ ମାନଙ୍କ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମସହ ଅପପୁଷ୍ଟି ରୋକିବା , ଶିଶୁଙ୍କ ଯତ୍ନ, ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ଅଭିଭାବକ ମାନଙ୍କୁ ସଚେତନ କରାଇଥିଲେ। ପରେ ଅଭିଭାବକ ମାନଙ୍କୁ ନେଇ ପୁଷ୍ଟିକର ଖାଦ୍ୟ ପ୍ରତିଯୋଗିତା ହୋଇଥିଲା। ଆଜିର ଏହି ଆଙ୍ଗନ ଉତ୍ସବରେ ସୁକଦେବ ସେଠୀ, ସମାଜସେବୀ ତାରାକାନ୍ତ ସାମଲ, ସୁରେଶ ବିଶ୍ୱାଳ, ହାଡିବନ୍ଧୁ ଜେନା, ସୁଦର୍ଶନ ଜେନା, ମାତାଜୀ ସେଠୀ, ମଂଜୁବାଳା ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ସେଠୀ ପ୍ରମୁଖ ଯୋଗ ଦେଇଥିଲେ।








