ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ସିସିପିସି ଓ ଶକ୍ତିଶ୍ରୀ ସେଲ୍ ମିଳିତ ସହଯୋଗରେ ସେଂଟମ ଫାଉଣ୍ଡେସନ ଏଣ୍ଡ ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ପକ୍ଷରୁ ଛାତ୍ରୀମାନଙ୍କ ନିମନ୍ତେ “ଏମ୍ପେ୍ଲାୟବିଲିଟି ଏନୀହାସମେଂଟ ପ୍ରୋଗ୍ରାମ ଫର ୱମେନ୍ (କାବିଲ)” ଶୀର୍ଷକ ଏକ କ୍ୟାରିୟର କାଉନସେଲିଂ ଓ ନିଯୁକ୍ତି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅକ୍ଟୋବର ୧ ତାରିଖ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ରେ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଲଳିତ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ନିଜ ଉଦ୍ୱୋଧନରେ ସେ ଛାତ୍ରୀମାନଙ୍କ ଶିକ୍ଷା ସହିତ ନିଯୁକ୍ତିଯୋଗ୍ୟ ଦକ୍ଷତା, ଆତ୍ମବିଶ୍ୱାସ, ସଂଯୋଗ କୌଶଳ ଓ ଜୀବନଦକ୍ଷତାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ତଥା ସମ୍ବଳ ବ୍ୟକ୍ତି ସୁଶ୍ରୀ ଅର୍ପିତା ପଣ୍ଡା, ଲାଇଫ୍ ସ୍କିଲସ୍ ଏଣ୍ଡ ଏମ୍ପେ୍ଲାୟବିଲିଟ ଟ୍ରେନର , ଛାତ୍ରୀମାନଙ୍କୁ କ୍ୟାରିୟର ଯୋଜନା, ଚାକିରି ପାଇଁ ଆବଶ୍ୟକ ମୌଳିକ ଦକ୍ଷତା, ବ୍ୟକ୍ତିତ୍ୱ ବିକାଶ, ସାକ୍ଷାତକାର କୌଶଳ, କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇଁ ଆବଶ୍ୟକ ଜୀବନ କୌଶଳ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ପ୍ରଶାସନିକ ବର୍ସାର ଡ଼. ଲକ୍ଷ୍ମୀକାନ୍ତ ନାୟକ, ସିସିପିସିର ସଂଯୋଜକ ଡ଼. ପ୍ରଦୀପ କୁମାର ପ୍ରଧାନ, ଶକ୍ତିଶ୍ରୀ ସେଲ୍ର ସଂଯୋଜିକା ଡ଼. ସ୍ୱପ୍ନା ସରିତା ମହାପାତ୍ର, ସିସିପିସି ଓ ଶକ୍ତିଶ୍ରୀ ସେଲ୍ର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ଶକ୍ତିଶ୍ରୀ ସେଲ୍ର ସଦସ୍ୟା ସୁଶ୍ରୀ ସୁଶ୍ରୀ ସଙ୍ଗୀତା ଦାସ ସୁଚାରୁ ଭାବେ ପରିଚାଳନା କରିଥିଲେ। ଶେଷରେ ଡ଼. ପ୍ରଭାମୟୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନେ ନିଜର ଭବିଷ୍ୟତ କ୍ୟାରିୟର ଗଠନ, ନିଯୁକ୍ତି ପାଇଁ ପ୍ରସ୍ତୁତି ଏବଂ ବୃତିଗତ ଜୀବନରେ ସଫଳତା ପାଇଁ ଆବଶ୍ୟକ ଦକ୍ଷତା ସମ୍ପର୍କରେ ଉପଯୋଗୀ ମାର୍ଗଦର୍ଶନ ଲାଭ କରିଥିଲେ।
Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ‘କାବିଲ୍’ ନିଯୁକ୍ତି ଦକ୍ଷତା ବିକାଶ କାର୍ଯ୍ୟକ୍ରମ








