Home ଜିଲ୍ଲା ପରିକ୍ରମା ମନ୍ତେଇ ନଦୀ ସେତୁ ନିର୍ମାଣସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ

ମନ୍ତେଇ ନଦୀ ସେତୁ ନିର୍ମାଣସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ

9

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ବାଲିମେଦ ଗ୍ରାମ ପଂଚାୟତର ଚାରିବାଟିଆଠାରେ ନିର୍ମାଣାଧୀନ ମନ୍ତେଇ ନଦୀ ସେତୁ ଓ ପାର୍କ ନିର୍ମାଣସ୍ଥଳକୁ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ପରିଦର୍ଶନ କରିଛନ୍ତି। ମନ୍ତେଇ ନଦୀ ଉପରେ ନିର୍ମାଣାଧୀନ ସେତୁ ଚାଲୁ ହେଲେ ଅଂଚଳବାସୀଙ୍କ ଯାତାୟାତ ବ୍ୟବସ୍ଥା ସୁଗମ ହେବ। ସେହିପରି ନିର୍ମାଣାଧୀନ ପାର୍କ ଭବିଷ୍ୟତରେ ସ୍ଥାନୀୟ ଲୋକଙ୍କ ପାଇଁ ଏକ ମନୋରଞ୍ଜନ ଓ ଅବସର ବିନୋଦନର ସ୍ଥାନ ଭାବେ ବିକଶିତ ହେବ। ପରିଦର୍ଶନ ସମୟରେ ସମ୍ପୃକ୍ତ ବିଭାଗର ଅଧିକାରୀ, ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.