Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ବିଡିଓ ସଞ୍ଜିବ ମହାପାତ୍ର ନିଲମ୍ବିତ,ସେବାର ଫଳ ଦେଲେ ଡବଲ ଇଞ୍ଜିନ ସରକାର, ନିଲମ୍ବନ ପ୍ରତ୍ୟାହାର...

ଚାନ୍ଦବାଲି ବିଡିଓ ସଞ୍ଜିବ ମହାପାତ୍ର ନିଲମ୍ବିତ,ସେବାର ଫଳ ଦେଲେ ଡବଲ ଇଞ୍ଜିନ ସରକାର, ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବୀ

12

ଭଦ୍ରକ, ୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦିନରାତି ଚାନ୍ଦବାଲି ବାସୀଙ୍କ ସେବା କରିବାର ଫଳ ଦେଲେ ସରକାର। ଯେ କୌଣସି ପରିସ୍ଥିତିରେ କର ଅବା ମର ପରିସ୍ଥିତିରେ ଚାନ୍ଦବାଲି ରେ ଥିବା ବିଡିଓ ସଞ୍ଜିବ ମହାପାତ୍ର ନିଜର ରୋଗୀଣା ମା ଏବଂ ସ୍ତ୍ରୀକୁ ସେବା ନ ଯୋଗାଇ ପାରିଥିବା ବେଳେ ଚାନ୍ଦବାଲି ବାସୀଙ୍କ ସେବାକୁ ମହତ ସେବା ବୋଲି ଭାବି ନେଇଥିଲେ। ଗତକାଲି ବିଳମ୍ବିତ ରାତିରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚାନ୍ଦବାଲି ବିଡିଓଙ୍କୁ ପୂଜା ଭେଟି ଦେଇ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। କେଉଁ କାରଣ ଯୋଗୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇ ଶୃଙ୍ଖଳା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ବିଷୟରେ ଏହି ଚିଠିରେ କୌଣସି କଥା ଉଲ୍ଲେଖ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ସଂପୃକ୍ତ ବିଡିଓ ସମସ୍ତ ପରିସ୍ଥିତିରେ ନିଜ ଜୀବନକୁ ବାଜି ଲଗାଇ ଚଳିତ ବର୍ଷ ଆସିଥିବା ବନ୍ୟାରେ ଚାନ୍ଦବାଲି ବ୍ଲକରେ ବନ୍ୟା ପ୍ରପୀଡିତଙ୍କ ପାଇଁ ୨୪ଘଂଟିଆ କଂଟ୍ରୋଲ ରୁମ ଖୋଲିବା ସହ କୌଣସି ପରିସ୍ଥିତିରେ କୌଣସି କାର୍ଯ୍ୟରେ ବିଳମ୍ବ ନକରି ସେବା ଯୋଗାଇ ଦେଇଥିଲେ। ଏଭଳି ପରିସ୍ଥିତିରେ ପ୍ରଥମେ ଚାନ୍ଦବାଲିରେ ହୋଇଥିବା ୩ୟ ବନ୍ୟାରେ ତାଙ୍କୁ ଦାୟିତ୍ୱରୁ ହଟାଯାଇ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ସବୁ ସେବା ପରେ ମଧ୍ୟ ବିଜେପିର ଡବଲ ଇଞ୍ଜିନ ର ଡବଲ ସରକାର ଅନ୍ୟ କଥାରେ ପଡି ନିସ୍ୱାର୍ଥପର ସେବା ଯୋଗାଉଥିବା ସଞ୍ଜିବ କୁମାର ମହାପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏହି ନିଲମ୍ବନ ଆଦେଶ କୁ ଅଂଚଳବାସୀ ତିରସ୍କାର କରିଥିବା ବେଳେ ତୁରନ୍ତ ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବୀ କରିଛନ୍ତି ନଚେତ ଏହାର କୁ ପରିମାଣ ଆସନ୍ତା ପଂଚାୟତ ନିର୍ବାଚନରେ ବିଜେପି ଦଳକୁ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେବା ସହ ସଂପୃକ୍ତ ବିଡିଓଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.