ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମହିଳା ମହାବିଦ୍ୟାଳୟ ଆନୁକୂଲ୍ୟରେ ଉଚ୍ଚଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ବିକଶିତ ଭାରତ ୨୦୨୬ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହୋଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଛାତ୍ରୀମାନଙ୍କର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବକ୍ତୃତା, ଚିତ୍ରାଙ୍କନ, ଫଟୋ ପ୍ରଦର୍ଶନୀ ଏବଂ ପଥପ୍ରାନ୍ତ ନାଟକ ପ୍ରତିଯୋଗିତାରେ ଛାତ୍ରୀମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାକୁ ମହିଳା ମହାବିଦ୍ୟାଳୟର ସାଂସ୍କୃତିକ ବିଭାଗର ମୁଖ୍ୟ ଉପଦେଷ୍ଟା ଡଃ ଆଭାମୟୀ ମହାପାତ୍ର ସଂଯୋଜିକା ଭାବେ ପରିଚାଳନା କରିଥିଲେ। ସୁବାସିନୀ ସେଠୀ, ଅର୍ପିତା ନାୟକ, ଆରତୀ ଜେନା, ସ୍ନିଗ୍ଧା ଖୁଂଟିଆ, ଡଃ ବସୁମତି ପଣ୍ଡା, ଡଃ ମନୋଜ କୁମାର ସାହୁ, ଭାଗ୍ୟଲକ୍ଷ୍ମୀ ବାରିକ, କ୍ଷୀରାବ୍ôଧ ମିଶ୍ର ପ୍ରମୁଖ ଅଧ୍ୟାପକ ଅଧ୍ୟାପିକାମାନେ ଛାତ୍ରୀମାନଙ୍କ ସହ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁନ୍ଦର ଭାବେ ସଂଯୋଜନାରେ ସହାୟତା କରିଥିଲେ। ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା କଳ୍ପନା ଲେଙ୍କା ଛାତ୍ରୀମାନଙ୍କୁ ବିକଶିତ ଭାରତର ଆଭିମୁଖ୍ୟ ସୂଚାଇବା ସହ ପୁରସ୍କାର ପ୍ରଦାନ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟର କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ। ବିଶେଷକରି ପଥପ୍ରାନ୍ତ ନାଟକ ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଉପଦେଶମୂଳକ ହୋଇପାରିଥିଲା। ଏହା ଯୁବପିଢିଙ୍କୁ ପ୍ରେରଣା ଦେବାରେ ସହାୟକ ହେବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ନିଜ ବକ୍ତବ୍ୟରେ କହିଥିଲେ।








