Home ଜିଲ୍ଲା ପରିକ୍ରମା ବିଷ୍ଟୁପୁରରେ ଏବେ ବି ପାଣି ଘେରରେ ୧୨ ଶହ ରୁ ୧୩ ଶହ ଲୋକ,ଭଦ୍ରକ ବ୍ଲକ...

ବିଷ୍ଟୁପୁରରେ ଏବେ ବି ପାଣି ଘେରରେ ୧୨ ଶହ ରୁ ୧୩ ଶହ ଲୋକ,ଭଦ୍ରକ ବ୍ଲକ ଅନ୍ତର୍ଗତ ବି ବନ୍ୟା ପୀଡ଼ିତଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ

7

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା ପରିସ୍ଥିତିରେ ବିଷ୍ଟୁପୁର ପଂଚାୟତର ବହୁ ଅଂଚଳ ଏବେ ବି ଜଳବନ୍ଦୀ ହୋଇ ରହିଛି। ସ୍ଥାନୀୟ ବାସିନ୍ଦା ସେଇ ଗୋଲାମଙ୍କ କହିବା ଅନୁସାରେ, ପଂଚାୟତ ଅଂଚଳରେ ପ୍ରାୟ ୧୨୦୦ରୁ ୧୩୦୦ ଲୋକ ଏବେ ବି ପାଣି ଘେରରେ ରହିଛନ୍ତି। ବନ୍ୟା ଆସିବା ଦିନଠାରୁ ପ୍ରଭାବିତ ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ସେ କହିଛନ୍ତି। ବନ୍ୟା ପାଣି ଜମି ରହିବାରୁ ମୁଖ୍ୟ ରାସ୍ତାରେ ଯାତାୟାତ ବ୍ୟାହତ ହେଉଥିବା ଏବଂ ଜରୁରୀ ଚିକିତ୍ସା ଆବଶ୍ୟକତା ସମୟରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ସେ ଅଭିଯୋଗ କରିଛନ୍ତି। ଏହା ଫଳରେ ମେଡିକାଲ ମାମଲା ସମେତ ବିଭିନ୍ନ ଜରୁରୀ କାର୍ଯ୍ୟରେ ଲୋକଙ୍କୁ ଅସୁବିଧା ହେଉଛି। ବିଷ୍ଟୁପୁର ୟୁପି ସ୍କୁଲ ସମ୍ମୁଖ, ମସଜିଦ ନିକଟ ଅଂଚଳରେ ଏବେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ସେ ସୂଚନା ଦେଇଛନ୍ତି। ପ୍ରଭାବିତ ଲୋକଙ୍କୁ ଘର ଘର ବୁଲି ଚୁଡ଼ା ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ବଂଟନ କରାଯାଉଥିବା ମଧ୍ୟ କହିଛନ୍ତି। ବନ୍ୟା ଘେରରେ ଥିବା ପରିବାରଙ୍କ ନିକଟରେ ସ୍ୱେଚ୍ଛାସେବୀମାନେ ପହଂଚି ସହାୟତା କରୁଥିବା ସେ ପ୍ରକାଶ କରିଛନ୍ତି। ସ୍ଥାନୀୟ ଯୁବକ ଓ ସଦସ୍ୟମାନଙ୍କ ମଧ୍ୟରୁ ଆବିଦ, ଅନୁଆର, ମୁସ୍ତୁଫା, ହାକିମୁଦ୍ଦିନଙ୍କ ସମେତ ଅନ୍ୟମାନେ ବନ୍ୟା ସମୟରେ ଲୋକଙ୍କ ସହ ରହି ରିଲିଫ୍ କାର୍ଯ୍ୟରେ ସହଯୋଗ କରୁଥିବା ସେ କହିଛନ୍ତି। ଅନ୍ୟପକ୍ଷରେ, ସ୍ଥାନୀୟ ସରପଂଚଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ମିଳୁନଥିବା ନେଇ ସେ ଅଭିଯୋଗ ଉଠାଇଛନ୍ତି। ବନ୍ୟା ସମୟରେ ସରପଂଚ ବିଷ୍ଟୁପୁର ଅଂଚଳକୁ ଆସି ପରିସ୍ଥିତି ଅନୁଧ୍ୟାନ କରିନଥିବା ବୋଲି ସେ କହିଛନ୍ତି। ତେବେ ଏହି ଅଭିଯୋଗ ସମ୍ପର୍କରେ ସରପଂଚଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ସ୍ଥାନୀୟ ଭାସ୍କର ଚନ୍ଦ୍ର ସାହୁ ଯେ କି ଭଦ୍ରକ ବିଧାୟକ ପ୍ରତିନିଧି ଏବଂ ପୂବ ତନ ସରପଂଚ ସହଯୋଗରେ ମଧ୍ୟ ରିଲିଫ୍ କାର୍ଯ୍ୟ ଚାଲିଥିବା କୁହାଯାଇଛି। ପ୍ରାୟ ୨୦୦ରୁ ୨୫୦ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ଏବଂ ଚୁଡ଼ା ଆଦି ଶୁଖିଲା ଖାଦ୍ୟ ମଧ୍ୟ ବଂଟନ କରାଯାଉଥିବା ସେ କହିଛନ୍ତି। ଏହି ସମୟରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପ୍ରଶାସନିକ ସହାୟତା ଅଧିକ ମାତ୍ରାରେ ପହଂଚିବା, ଜଳବନ୍ଦୀ ଅଂଚଳରୁ ପାଣି ନିଷ୍କାସନ ଏବଂ ଜରୁରୀ ଚିକିତ୍ସା ଓ ଯାତାୟାତ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଦାବି ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ବନ୍ୟା ସମୟରେ ଭଦ୍ରକ ବିଧାୟକ ମଧ୍ୟ ଅଂଚଳ ପରିଦର୍ଶନ କରି ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ। ଯେକୌଣସି ଆବଶ୍ୟକତା ହେଲେ ସିଧାସଳଖ ଫୋନ୍ କରିବାକୁ ସେ କହିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.