Home ଜିଲ୍ଲା ପରିକ୍ରମା ବୈତରଣୀ ବନ୍ୟା: ରହି ରହି ବଢୁଛି ଜଳସ୍ତର, ବିପଦସଙ୍କେତ ୧ ମିଟର ଉପରେ ନଦୀ ,କଂଟିଘାଇରେ...

ବୈତରଣୀ ବନ୍ୟା: ରହି ରହି ବଢୁଛି ଜଳସ୍ତର, ବିପଦସଙ୍କେତ ୧ ମିଟର ଉପରେ ନଦୀ ,କଂଟିଘାଇରେ ବ୍ୟାପକ ବନ୍ୟାଜଳ ପ୍ରବାହିତ

3

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀ ଶନିବାର ବିପଦସଙ୍କେତ ସ୍ତର ଠାରୁ ଏକ ମିଟର ଉପରେ ପ୍ରବାହିତ ହେଉଛି। ନଦୀର ଜଳସ୍ତର ରହି ରହି ବୃଦ୍ଧି ପାଉଛି। ଶନିବାର ଭୋର ୫ଟାରେ ଜଳସ୍ତର ୧୯.୩୦ମିଟରରେ ପହଂଚି ଦିନ ୧୦ଟା ପର୍ଯ୍ୟନ୍ତ ସ୍ଥିର ରହିଥିଲା। ପୁନଶ୍ଚ ୧୦ଟାରୁ ଧିରେ ଧିରେ ବୃଦ୍ଧି ପାଇ ଦିନ ଗୋଟଏ ବେଳେ ୧୯.୩୫ ମିଟରରେ ପହଂଚି ପୁଣି ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ସ୍ଥିର ହୋଇଥିବା ଜଣାଯାଇଛି। ଶୁକ୍ରବାର ଭୋର ୫.୪୦ମି. ସମୟରେ ନଦୀର ଜଳସ୍ତର ଆଖୁଆପଦାରେ ବିପଦସଙ୍କେତ ସ୍ତର ୧୮.୩୩ମିଟର ଅତିକ୍ରମ କରିଥିଲା। ଗତ ୨୪ ଘଂଟା ମଧ୍ୟରେ ନଦୀର ଉପରମୁଣ୍ଡ କେଉଁଝରରେ ୩୭.୦ମି.ମି., ସ୍ୱାମୀପାଟଣାରେ ୨୪.୬ମି.ମି., ଚମ୍ପୁଆରେ ୩୨.୦ମି.ମି., ଆନନ୍ଦପୁରରେ ୫୮.୦ମି.ମି. ଓ ଆଖୁଆପଦାରେ ୯.୪ମି.ମି. ବର୍ଷା ରେକର୍ଡ ହୋଇଛି। ଶନିବାର ଲଗାଣ ବର୍ଷା ଲାଗିରହିଛି। ପର୍ଯ୍ୟନ୍ତ କଂଟିଘାଇ ଦେଇ ୬ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହୋଇ ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି। ବ୍ଲକ ଅଂଚଳରେ ଗତ ୨୪ ଘଣ୍ଟାରେ ୫୦ମି.ମି. ବର୍ଷା ହୋଇଛି। ବନ୍ୟା ଯୋଗୁଁ ଷୋଳମପୁର ପଂଚାୟତର ମଣିନାଥପୁର, ଷୋଳମପୁର, ବରାହନୂଆପଡା, ମୁଢ଼ାପଦା, ବିନ୍ଧାଣ, ବିରୋଳି ଗ୍ରାମ, ମାଳଦା ପଂଚାୟତର ଜଳହରୀ, ଚତୁର୍ଭୁଜପୁର, ରାମପୁର, ମାଳଦା ଆଦି ଗ୍ରାମ, ନପଙ୍ଗ ପଂଚାୟତର ବଡନପଙ୍ଗ, ନପଙ୍ଗ, ଭାଟଣା, ଜୋରାଗଡିଆ ଆଦି ଗ୍ରାମ, ରହଣିଆ ପଂଚାୟତର ନୌରଙ୍ଗପୁର, ଦେଉଳପଦୀ, ରାଣୀଗଡିଆ, ରହଣିଆ, କେଶପୁର, କୋରିଗାଁ ପଂଚାୟତର ଷଠଗାଁ, କୋରିଗାଁ, କୋରିଗାଁବିନ୍ଧା ଆଦି ଗ୍ରାମ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଏଥିସହ ନଦୀ ପଠାରେ ଅବସ୍ଥିତ ବନ୍ଦାଳୋ-ମଢିଆଳି ପଂଚାୟତର ବନ୍ଦାଳୋ, ମଢ଼ିଆଳି, ଖପୁରିଆପଦା ଆଦି ଗ୍ରାମ, ଝୁଟୁଣା ପଂଚାୟତର ଝୁଟୁଣା, ବାବଲପୁର, ବ୍ରହ୍ମପୁର, ଦାଦେଶ୍ୱର ଆଦି ଗ୍ରାମର ହଜାର ହଜାର ଲୋକ ଜଳବନ୍ଦୀ ହୋଇଛନ୍ତି। ବନ୍ୟା ଦ୍ୱାରା ରାସ୍ତା, ଘର ଓ ହଜାର ହଜାର ହେକ୍ଟର ଚାଷଜମି ବନ୍ୟାଜଳରେ ବୁଡି ରହି କ୍ଷତିଗ୍ରସ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.