Home ଜିଲ୍ଲା ପରିକ୍ରମା ଶହୀଦ ନବରତ୍ନଙ୍କୁ ସମୂହ ଶ୍ରଦ୍ଧାଞ୍ଜଳି

ଶହୀଦ ନବରତ୍ନଙ୍କୁ ସମୂହ ଶ୍ରଦ୍ଧାଞ୍ଜଳି

1

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -୧୯୪୨ ଭାରତଛାଡ଼ ଆନ୍ଦୋଳନରେ ସଂଘଠିତ ଐତିହାସିକ ଲୁଣିଆ ଗୁଳିକାଣ୍ଡର ୮୪ ବର୍ଷ ପୂର୍ତି ଶହୀଦ ସ୍ମୃତି ଦିବସ ମଙ୍ଗଳବାର ଧାମନଗର ବ୍ଳକର ସହିଦ ନଗର ଠାରେ ବିପୁଳ ଉତ୍ସାହର ସହିତ ପାଳନ କରାଯାଇଛି।ଏହି ଅବସରରେ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶହୀଦ ସ୍ମୃତି ରକ୍ଷା ସମିତି ପକ୍ଷରୁ ସକାଳେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା ଏବଂ ଭଦ୍ରକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଜାତୀୟ ପତାକା ଉତୋଳନ କରି ଶତାଧିକ ଶ୍ରଦ୍ଧାଳୁଙ୍କ ସହିତ ମିଶି କବି ପୋଖରୀରେ ନବରତ୍ନ ଶହୀଦଙ୍କ ଉଦ୍ଧେଶ୍ୟରେ ତିଳ ତର୍ପଣ କରିଥିଲେ।ପୁଲିସ ବିଭାଗ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା।ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗାୟତ୍ରୀ ପ୍ରଧାନ ତହସିଲଦାର ଜ୍ଞାନ ରଂଜନ ସାହୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ ସାଂସଦ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ ଏସଡିପିଓ ବିଷ୍ଣୁ ଚରଣ ବାରିକ ଧୂଷୁରୀ ଆଇଆଇସି ଅଜୟ ସୁଦର୍ଶନ ବାଗେ ଉପଦେଷ୍ଟା ରଘୁନାଥ ଲେଙ୍କା ସ୍ମୃତି ରକ୍ଷା ସମିତିର ଉପସଭାପତି ବୈକୁଣ୍ଠ ସାହୁ ସଂଜୀବ ବେହେରା ସାଧାରଣ ସମ୍ପାଦକ ଗୟାଧର ନାୟକ ସାଧାରଣ ସମ୍ପାଦିକା ପ୍ରିୟତମା ପାଣିଗ୍ରାହୀ ସରପଂଚ ଅନୁସୂୟା ସାହୁ ତୁଷାର ମିଶ୍ର ରଞ୍ଜିତ ଲେଙ୍କା ସତ୍ୟ ନାରାୟଣ ପଣ୍ଡା ମାନସ ଯେନା ପ୍ରମୁଖ ଉପସ୍ଥିତ ଥିଲେ।ବିଜେଡି ପକ୍ଷରୁ ଅଶୋକ ନାୟକ ପ୍ରଦୀପ ମଲ୍ଲିକ ସାରଦା ପ୍ରସନ୍ନ ସାହୁ ବିଦ୍ୟୁଟଲତା ନାୟକ ନିରଞ୍ଜନ ସେନାପତି ଭାରତ ବିଜୟ ଦଳାଇ ଏବଂ କଂଗ୍ରେସ ପକ୍ଷରୁ ପ୍ରାକ୍ତନ ସାଂସଦ ଇଂ ମୁରଲୀଧର ଯେନା ଜିଲ୍ଲା କଂଗ୍ରେସ ସଭାପତି ନଳିନୀ ମହାନ୍ତି ଦେବେନ୍ଦ୍ର ମହାନ୍ତି ଅରବିନ୍ଦ ନାୟକ ଅଭିଷେକ ରାଉତ ଅଜୟ ମହାନ୍ତି ଶ୍ରୀକାନ୍ତ ନାୟକ ସୁରେଶ ମହାନ୍ତି ପ୍ରମୁଖ ଶହୀଦ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସେହିପରି ଶହୀଦ ସଂଗ୍ରାମୀଙ୍କ ପ୍ରତି ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।ସିପିଆଇଏମ ପକ୍ଷରୁ ରମେଶ ସାହୁ ନିଶାକର ସୂତାର ଜୟୀରାମ ମିଶ୍ର ହେମନ୍ତ ଜେନା ଦିଲ୍ଲୀପ ସିଂ ଗୋଲେକ ଯେନା ବାଇଧର ଦଳେଇ କାର୍ତିକ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.