ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚଣ୍ଡୀଗାଁ ଅନ୍ତର୍ଗତ ପଲ୍ଲୀ ଆଂଚଳିକ ସହଯୋଗ ସଂସ୍କୃତ ମହାବିଦ୍ୟାଳୟର ଉପଶାସ୍ତ୍ରୀ କକ୍ଷରେ +୩ ଶାସ୍ତ୍ରୀ ଓ +୨ ଉପଶାସ୍ତ୍ରୀ ଶ୍ରେଣୀର ବାଳିକାମାନଙ୍କୁ ସେମାନଙ୍କର ସୁରକ୍ଷା ପାଇଁ ଚଳିତ ମାସ ଆରମ୍ଭ ହୋଇଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଉଦ୍ଯାପନ ଦିବସର ପ୍ରଶିକ୍ଷଣ ପ୍ରଦାନ କରାଗଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପରମାନନ୍ଦ ପଣ୍ଡା ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭାଗ ନେଇଥିବା ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ସଭାରେ ଅଧ୍ୟାପକ ଲଳିତ ମୋହନ ନାୟକ, ପ୍ରଶିକ୍ଷିକା ମନୋରମା ରାଉତ, ରଘୁନାଥ ନାୟକ ଓ ରମାକାନ୍ତ ଦୀକ୍ଷିତ୍ ଯୋଗଦାନ କରିଥିଲେ। ମହାବିଦ୍ୟାଳୟର ନାରୀ ସଶକ୍ତିକରଣ ବିଭାଗର ସଂଯୋଜିକା ତଥା ଅଧ୍ୟାପିକା ପ୍ରଭାସିନୀ ବଳ ଓ ଅଧ୍ୟାପକ ଗୋକୁଳାନନ୍ଦ ପେଡ଼ା ପ୍ରମୁଖ ଯୋଗ ଦେଇ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ସମସ୍ତ କାର୍ଯ୍ୟର ସୂଚନା ପ୍ରଦାନ କରିଥିଲେ। ଅଧ୍ୟାପକ ଗୋକୁଳାନନ୍ଦ ପେଡ଼ା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Home ଜିଲ୍ଲା ପରିକ୍ରମା ଆଂଚଳିକ ସହଯୋଗ ସଂସ୍କୃତ ମହାବିଦ୍ୟାଳୟ ପକ୍ଷରୁ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ








