Home ଜିଲ୍ଲା ପରିକ୍ରମା ଧାମରା ବନ୍ଦର ନଗରୀରେ ବିଶ୍ୱକର୍ମା,ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ

ଧାମରା ବନ୍ଦର ନଗରୀରେ ବିଶ୍ୱକର୍ମା,ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ

3

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ଧାମରା ବନ୍ଦର ନଗରୀରେ ଶୋଭା ବଢାଉଛି ଚାଲିଥିବା ବିଶ୍ୱକର୍ମା ପୂଜା। ଇତ୍ୟବସରେ କଇଥଖୋଲା ଠାରେ ନିର୍ମାଣ ହୋଇଥିବା ୪ଟି ପୂଜା ମଣ୍ଡପ , ଦୋସିଙ୍ଗା ଠାରେ ବିଏମଏସ ପକ୍ଷରୁ ନିର୍ମାଣ ହୋଇଥିବା ପୂଜା ମଣ୍ଡପ ଏବଂ ଧାମରାରେ ମତ୍ସ୍ୟପୋତାଶ୍ରୟ, ବିଦ୍ୟୁତ ବିଭାଗ ଏବଂ ଅଟୋ ଷ୍ଟାଣ୍ଡ ରେ ମୂଜା ମଣ୍ଡପ ମଧ୍ୟ ଆଲୋକମାଳାରେ ଜଲସୁଛି। ଧାମରା ଟ୍ରକ ଟିପ୍ପର ସଂଘ ପକ୍ଷରୁ ବିଶେଷ ଆକର୍ଷଣୀୟ କରିବା ପାଇଁ ପୁରୀ ଶ୍ରୀ ମନ୍ଦିରର ରୂପ ରେଖ ଦେଇଥିବା ବେଳେ କଳିଙ୍କ ଟ୍ରକ ଟିପ୍ପର ସଂଘ ପକ୍ଷରୁ ନିର୍ମାଣ ହୋଇଥିବା ମଣ୍ଡପ ଏକ ସ୍ୱତନ୍ତ୍ର ଭାବେ ରୂପ ରେଖ ନେଇଛି। ସେହପରି ଟ୍ରକ ଟିପ୍ପର ଚାଳକ ସଂଘ ଭାବେ ନିଜର ତୋରଣ କୁ ଆକର୍ଷଣିୟ କରିବା ପାଇଁ ଯତପରୋନାସ୍ତି ଚେଷ୍ଟା ମଧ୍ୟ କରିଛନ୍ତି। ଇତ୍ୟବସରେ ହିନ୍ଦ ମଜଦୁର ସଭା(ଏଚଏମଏସ)ପକ୍ଷରୁ ନିର୍ମାଣ ହୋଇଥିବା ତୋରଣ ବେଶ ଚିତାକର୍ଷକ ହୋଇ ପାରିଛି ଏହାର ଏକମାତ୍ର କାରଣ ବିନା ରାସାୟନିକ ପଦାର୍ଥ ବ୍ୟବହାର ହୋଇ ନଥିବା ବେଳେ ନଡିଆ କତା ଏବଂ ବାଉଁଶ ପାତିଆ ବ୍ୟବହାର କରି ଶହେ ଫୁଟ ଉଚ୍ଚର ତୋରଣ ସାଙ୍ଗକୁ ଆଦିବାସୀ ଜନଜୀବନ କୁ ନେଇ ଆଙ୍କିଥିବା ସୌନ୍ଦଯ୍ୟ କଳା ମଧ୍ୟ ଏହିମଣ୍ଡପରେ ପ୍ରସ୍ଫୁଟିତ ହୋଇ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା। ହାଲକା ବର୍ଷା ସାଙ୍ଗକୁ ମନୋମୁଗଦ୍ଧ ପରିବେଶ ଏବଂ ତତ ସହିତ ଆଲୋକ ମାଳାରେ ସୁସଜ୍ଜିତ ପୂଜା ପେଣ୍ଡାଲ ଏବଂ ସମସ୍ତ ପୀଠରେ ନିର୍ମାଣ ହୋଇଥିବା ମୃନ୍ମୟ ମୂର୍ତୀ ଏବଂ ପାଶ୍ୱର୍ ମୂର୍ତୀ ମଧ୍ୟ ପରିବେଶ କୁ ସୁନ୍ଦର କରିଥିଲା। ଦୋସିଙ୍ଗା ବଜାର ଠାରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ନିର୍ମାଣଧୀନ ତୋରଣ ମଧ୍ୟ ବହୁ ମନମୁଗ୍ଧ କର ହୋଇଥିଲା। ଏହି ସମସ୍ତ ପୂଜା ମଣ୍ଡପରେ ଦୀର୍ଘ ୩ଦିନ ଧରି ଭିଡ ଲାଗି ରହିଥିୁବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ,ଭିଡ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା କରିବାକୁ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ପୁଲିସ କର୍ମଚାରୀ ମୁତୟନ ଥିଲେ। ଚଳିତ ବର୍ଷ ଧାମରା ବନ୍ଦର ନଗରୀରେ ହୋଇଥିବା ବିଶ୍ୱକର୍ମା ପୂଜା କୌଣସି ଗୁଣରେ ପାରାଦ୍ୱୀପ ଠାରୁ କମ ନୁହେଁ ବୋଲି ହିନ୍ଦ ମଜଦୁର ସଭାର ସଭାପତି ରମେଶ ଚନ୍ଦ୍ର ବାରିକ ମତବ୍ୟକ୍ତ କରିଥିବା ବେଳେ ଆଗାମୀ ଦିନରେ କଇଥଖୋଲା ର ପୂଜା ମଣ୍ଡପ ଗୁଡିକ ଆହୁରି ଆକର୍ଷଣୀୟ ହେବ ବୋଲି ଧାମରା ଟ୍ରକ ଟିପ୍ପର ସଂଘର କର୍ମକର୍ତା ପ୍ରଫୁଲ ଦାସ ମତ ରଖିଥିବା ବେଳେ ପୂଜା ମଣ୍ଡପ ଗୁଡିକରେ ଅରୁଣ କୁମାର ସ୍ୱାଇଁ , ରମେଶ ବାରିକ, ସତ୍ୟ ଶୋଭନ ଜେନା, ଦିଗମ୍ବର ଦାସ, ଅଶୋକ କୁମାର ଜାନା ,ରାଜ କୁମାର ପ୍ରଧାନ, ପାପା ଜେନା,ଚନ୍ଦ୍ର ଶେଖର ଜେନା, ମନୋଜ ଲେଙ୍କା ଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ରହିବା ଶାନ୍ତି ଶୃଙ୍ଖଳା ରଖିବାରେ ସହାୟକ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.