Home ଜିଲ୍ଲା ପରିକ୍ରମା ଆଜି ଲୁଣିଆ ଗୁଳିକାଣ୍ଡର ସ୍ମୃତି ଦିବସ,୮୪ ବର୍ଷ ପୂରିଲା ୯ ଜଣ ସହିଦ ପରିବାରଙ୍କୁ ମିଳିଲାନି...

ଆଜି ଲୁଣିଆ ଗୁଳିକାଣ୍ଡର ସ୍ମୃତି ଦିବସ,୮୪ ବର୍ଷ ପୂରିଲା ୯ ଜଣ ସହିଦ ପରିବାରଙ୍କୁ ମିଳିଲାନି ମାନ୍ୟତା, ଏବେବି ଅବହେଳିତ ସହିଦୀ ପରିବାର

1

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ଅନ୍ୟତମ ସହିଦି ପୀଠ ସ୍ୱାଧୀନତା ସଂଗ୍ରାମ ଇତିହାସର ଅନ୍ୟତମ ରକ୍ତାକ୍ତ ଓ ଗୌରବମୟ ଅଧ୍ୟାୟ ‘ଲୁଣିଆ ଗୁଳିକାଣ୍ଡ’କୁ ଆଜି ୮୪ ବର୍ଷ ପୂରିଛି। ୧୯୪୨ ମସିହା ସେପ୍େଟମ୍ବର ୨୨ ତାରିଖରେ ଭାରତ ମାତାର ମୁକ୍ତି ସଂଗ୍ରାମ ପାଇଁ ଲୁଣିଆ ମାଟିରେ ୯ ଜଣ ବୀର ସଂଗ୍ରାମୀ ଆତ୍ମବଳିଦାନ ଦେଇଥିଲେ। ମାତ୍ର ଦୁଃଖ ଓ ପରିତାପର ବିଷୟ, ସେହି ବୀରସହୀଦ ମାନଙ୍କ ନାମରେ ନିର୍ମିତ ସ୍ମୃତିପୀଠ ଆଜି ପ୍ରଶାସନିକ ଅବହେଳାର ଶିକାର ହୋଇ ପଡ଼ିରହିଛି। ସହୀଦ ସ୍ମୃତିସ୍ତମ୍ଭ ଓ ପରିସର ଦୀର୍ଘ ଦିନ ହେବ ଆବର୍ଜନାରେ ପୂରି ରହିଛି। ଏହି ଲୁଣିଆ ଗୁଳିକାଣ୍ଡ ରେ ୯ ଜଣ ସହିଦ ପରିବାର ଆଜି ବି ଅବହେଳିତ ଅବସ୍ଥାରେ ଅଛନ୍ତି। ସହିଦ ଦିବସ ଆସିଲେ ସେହି ଦିବସରେ ତାଙ୍କୁ ଗୋଟିଏ ଗାମିଛା ଓ ଗୋଟିଏ ଫୁଲ ତୁଡ଼ା ରେ ସୀମିତ ସହିଦ ପରିବାର ବଡ଼ ଦୁଃଖ ରେ କାଳ କାଟୁଛନ୍ତି ଏଥର ସହିଦ ଦିବସ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।୧୯୪୨ ମସିହାରେ ସର୍ଦ୍ଦାର ମୁରଲୀଧର ପଣ୍ଡାଙ୍କ ଆହ୍ୱାନ ରେ ଧାମନଗର ଅଂଚଳରେ ଇଂରେଜ ବିରୋଧୀ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା। ଇଂରେଜ ପୁଲିସ ର ବର୍ବର ଗୁଳି ଚାଳନାରେ ସର୍ଦ୍ଦାର ମୁରଲୀଧର ପଣ୍ଡାଙ୍କ ସମେତ ବଲରାମ ବେହେରା, କୃଷ୍ଣ ମହାଳିକ, ଶ୍ୟାମ ମହାଳିକ, ଅଗଣି ସାହୁ, ଗୋପୀନାଥ ଜେନା, ନବକିଶୋର ନାୟକ, ଗୌରା ଜେନା, ଚିନ୍ତାମଣି ଦାସ ଓ ଶଙ୍କର ବେହେରାଙ୍କ ପରି ବୀର ପୁତ୍ରମାନେ ଆତ୍ମବଳିଦାନ ଦେଇ ସହୀଦ ହୋଇଥିଲେ।ଯେଉଁ ମାଟିରୁ ସ୍ୱାଧୀନତାର ସ୍ୱର ଉତୋଳନ ହୋଇଥିଲା, ସେହି ପବିତ୍ର ସ୍ମୃତିପୀଠର ଏପରି ଦୁରବସ୍ଥା କୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଂଗ୍ରାମୀ ଦାୟାଦ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।୨୦୨୪ ମସିହାରେ ରାଜ୍ୟରେ ନୂତନ ସରକାର କ୍ଷମତାସୀନ ହେବା ପରେ, ଦେଶ ଓ ମାଟି ପାଇଁ ବଳିଦାନ ଦେଇଥିବା ଶହୀଦ ମାନଙ୍କ ପରିବାରକୁ “କୁଟୁମ୍ବ ଯୋଜନା’ (ସରକାରୀ ପାରିବାରିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନା) ଅଧୀନରେ ସାମିଲ କରାଯିବ ବୋଲି ବଡ଼ ଘୋଷଣା କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ଶହୀଦ ପରିବାରକୁ ମାସିକ ସହାୟତା, ଆର୍ôଥକ ସୁରକ୍ଷା, ମାଗଣା ସ୍ୱାସ୍ଥ୍ୟସେବା ଏବଂ ସେମାନଙ୍କ ଦାୟାଦ ମାନଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ବିଶେଷ ସୁବିଧା ଯୋଗାଇଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଦୁଃଖର ବିଷୟ, ଘୋଷଣାର ଦୀର୍ଘ ଦିନ ବିତିଯାଇଥିଲେ ବି ଶହୀଦନଗରର ଅଗଣି ସାହୁ, ଗୋପୀନାଥ ଜେନା, ନବକିଶୋର ନାୟକ, ଗୌରା ଜେନା, ଚିନ୍ତାମଣି ଦାସ, ଶଙ୍କର ବେହେରା, କୃଷ୍ଣ ମହାଳିକ, ଶ୍ୟାମ ମହାଳିକ ଓ ବଲରାମ ବେହେରାଙ୍କ ପରି ବୀର ଶହୀଦଙ୍କ ଦାୟାଦମାନ ଙ୍କ ନିକଟରେ ଏହି ଯୋଜନାର ସୁଫଳ ଏପର୍ଯ୍ୟନ୍ତ ପହଞ୍ଚି ପାରି ନାହିଁ। କେବଳ ସେପ୍ଟେମ୍ବର ୨୨ ଆସିଲେ ଅଞ୍ଚଳ ରେ ଏକ ପର୍ବ ପରି ପାଳିତ ହୁଏ ସହିଦ ପରିବାର ଙ୍କୁ ସମ୍ବର୍ଦ୍ଧନା ଦେଇ ଆୟଜକ ପର୍ବ ସାରି ଦିଅନ୍ତି ।ସବୁ କିନ୍ତୁ ପ୍ରତିଶ୍ରୁତି ରେ ହିଁ ରହିଯାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.