Home ଜିଲ୍ଲା ପରିକ୍ରମା ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ଦେବୋତର ଆୟୁକ୍ତ,ମନ୍ଦିରର ଆୟବ୍ୟୟ ନେଇ ପ୍ରଶାସନ ସହ କଲେ ଆଲୋଚନା...

ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ଦେବୋତର ଆୟୁକ୍ତ,ମନ୍ଦିରର ଆୟବ୍ୟୟ ନେଇ ପ୍ରଶାସନ ସହ କଲେ ଆଲୋଚନା ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତଙ୍କୁ ହରକତ ନକରିବାକୁ ଚେତାବନୀ

0

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସୋମବାର ରାଜ୍ୟ ହିନ୍ଦୁ ଦେବୋତର ଆୟୁକ୍ତ ସତ୍ୟନାରାୟଣ ଷଢଙ୍ଗି ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ସେବାୟତଙ୍କ ଦ୍ୱାରା ପୂଜାଲାଗି କରିଥିଲେ। ପରେ ମନ୍ଦିର ପରିସର ବୁଲିବା ସହିତ ବାବାଙ୍କ ନୀତିକାନ୍ତି ଓ ପର୍ବପର୍ବାଣୀ କିପରି ପରିଚାଳନା କରାଯାଉଛି ସେବାୟତଙ୍କ ସହ ଆଲୋଚନା କରିଥିଲେ। ବିଶେଷକରି ବାବାଙ୍କ ଦର୍ଶନ ଓ ପୂଜାଲାଗି ପାଇଁ ପ୍ରତିଦିନ ଓ ପର୍ବପର୍ବାଣୀରେ ଆସୁଥିବା ଶ୍ରଦ୍ଧାଳୁ ଭକ୍ତଙ୍କୁ କୌଣସି ପ୍ରକାର ଅସୁବିଧାରେ ନପକାଇବା ପାଇଁ କଡ଼ା ଚେତାବନୀ ଦେଇଥିଲେ ଶ୍ରୀ ଷଢଙ୍ଗି। ତାହାସହ ବାବାଙ୍କ ମନ୍ଦିର ଏକ ପୁରାତନ ଶୈବକ୍ଷେତ୍ର ହୋଇଥିଲେ ମଧ୍ୟ ବାର୍ଷିକ ଆୟ ଅନ୍ୟ ପର୍ଯ୍ୟଟନକ୍ଷେତ୍ର ଠାରୁ ବହୁ କମ୍ ଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। କିପରି ଭାବେ ମନ୍ଦିରର ଆୟ ବଢିବ ସେ ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ପଲାଇ, ଟ୍ରଷ୍ଟବୋର୍ଡ ସଭ୍ୟ ଦେବଦତ ପାଢୀଙ୍କ ସହ ଆଲୋଚନା କରିଥିଲେ। ଏପରିକି ଦୂରଦୂରାନ୍ତରରେ ଥିବା ଶ୍ରଦ୍ଧାଳୁଭକ୍ତମାନେ ଅନଲାଇନ ମାଧ୍ୟମରେ ଭେଟି ଟଙ୍କା ଦାନ କରିବେ ସେଥିପାଇଁ ପୀଠ ସହ ବିଭିନ୍ନ ସ୍ଥାନରେ ଅନଲାଇନ ବ୍ୟବସ୍ଥା କରାଇବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ମନ୍ଦିରରେ ଯଦି କୌଣସି ସେବାୟତ ବିଶୃଙ୍ଖଳିତ କରନ୍ତି ତାହାଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଟ୍ରଷ୍ଟବୋର୍ଡର ପୂର୍ଣ୍ଣ କ୍ଷମତା ରହିଥିବା ଶ୍ରୀ ଷଢଙ୍ଗି କହିଥିଲେ। ଏହି ଆଲୋଚନାରେ ସେବାୟତ ମନୋରଞ୍ଜନ ପାଢୀ, ବାବାଜି ଶଙ୍କର ପାଢୀ, ପ୍ରକାଶ ହୋତା, ରାଧାକାନ୍ତ ପାଢୀଙ୍କ ସହ ବହୁ ସେବାୟତ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.