Home ଜିଲ୍ଲା ପରିକ୍ରମା ବୌଦ୍ଧମୂର୍ତି ସଂଗ୍ରାହଳୟ ଉଦଘାଟିତ

ବୌଦ୍ଧମୂର୍ତି ସଂଗ୍ରାହଳୟ ଉଦଘାଟିତ

6

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ବ୍ଲକର ଷୋଳମପୁର ବୌଦ୍ଧବିହାରରେ ଥିବା ବୌଦ୍ଧମୂର୍ତି ସଂଗ୍ରହାଳୟର ନବୀକରଣ ସଂରକ୍ଷଣ ବ୍ୟବସ୍ଥାକୁ ରାଜ୍ୟ ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଗୁରୁବାର ସନ୍ଧ୍ୟାରେ ଉଦଘାଟନ କରି ରାଜ୍ୟ ସ୍ଥାପତ୍ୟ ବିଭାଗର ବୈଷୟିକ ଦଳ ବୌଦ୍ଧବିହାର ପରିଦର୍ଶନ କରିବୋ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଇନଟାକ ସଦସ୍ୟ ବିଶ୍ୱମ୍ଭର ରାଉତଙ୍କ ସଂଯୋଜନାରେ ଆୟୋଜିତଉଦଘାଟନୀ ଉତ୍ସବରେ ସାଂସଦ ଅଭିମନ୍ୟୁ ସେଠୀ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଷୋଳମପୁର ବୌଦ୍ଧବିହାର ବିକାଶ ପାଇଁ ସଙ୍କଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ। ଏହି ସଂଗ୍ରହାଳୟରେ ବିଭିନ୍ନ ସମୟରେ ଅବିଷ୍କୃତ ବହୁ ବିରଳ ପୁରାତନ ବୌଦ୍ଧମୂର୍ତି, ମାଟିପାତ୍ର ସଂଗ୍ରହ କରାଯାଇ ଉପଯୁକ୍ତ ଭାବେ ସଂରକ୍ଷଣ କରାଯାଇଛି। ଏହି ସମସ୍ତ କୀର୍ତିରାଜିର ଅଧ୍ୟୟନ ଓ ଅତ୍ୟାଧୁନିକ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.