ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ଷୋଳମପୁର ବୌଦ୍ଧବିହାରରେ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ୭୬ତମ ବ୍ଲକସ୍ତରୀୟ ଜନ୍ମଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଦୀପ ଦାନ କରି ମତ ପ୍ରକାଶ କରିଛନ୍ତି। ଦଳର ପୂର୍ବତନ ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସାଂସଦ ଅଭିମନ୍ୟୁ ସେଠୀ ବରେଣ୍ୟ ଅତିଥି ଭାବେ ଯୋଗଦେଇରାଷ୍ଟ୍ରର ପ୍ରଧାନସେବକ ନରେନ୍ଦ୍ର ଦାମୋଦର ଦାସଙ୍କ ୭୬ ତମ ଜନ୍ମ ଦିବସ ପାଳନ ଅବସରରେ ମାତଶୃକ୍ତିଙ୍କ ଦ୍ୱାରା ସାମୁହିକ ଦୀନଦାବ ଦ୍ୱାରା ସେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନୂତନ ଉର୍ଜ୍ଜା ପ୍ରାପ୍ତି ହେବ। ଦଳ ପାଇଁ ଆଜିର ଦିବସ ସେବା ଓ ସଙ୍କଳ୍ପର ଦିବସ ଭାବେ ପାଳନ କରାଯାଉଛି। ଏହା ହିଁ ଭାଜପାର ବୈଶିଷ୍ଟ ବୋଲି ମତପ୍ରକାଶ କରାଯାଇଥିଲା। ପ୍ରଥମେ ଗ୍ରାମ ଦେବତୀ ମା’ଶାନ୍ତେଶ୍ୱରୀଙ୍କ ପୀଠରେ ଦୀପଦାନ କରିବା ପରେ ବୌଦ୍ଧବିହାର ରଘୁନାଥଜୀଉ ମନ୍ଦିରରେ ଦୀପ ଦାନ କରିଥିଲେ। ମନ୍ଦିର ପ୍ରାଙ୍ଗଣରେ ଥିବା ସତ୍ୟନାରାୟଣ ପୀଠରେ ସାମୁହିକ ଦୀପ ଦାନ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ତଥା ଯଶସ୍ୱୀ ଜୀବନ କାମନା କରାଯାଇଥିଲା। ସମାଜସେବୀ ବିଶ୍ୱମ୍ଭର ରାଉତଙ୍କ ସଂଚାଳନାରେ ଆୟୋଜିତ ସଭାକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଧାନସେବକ ଭାବେ ଅଭିହିତ କରି ଆଶ୍ରୀବାଦ କରିବାକୁ ଉପସ୍ଥିତ ମାତୃମଣ୍ଡଳୀଙ୍କୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଦଳର ନେତା ବଦ୍ରୀନାରାୟଣ ଧଳ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷା ସଂଘମିତ୍ରା ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ, ମର୍ଡଳ ସଭାପତି ତରଣୀସେନ ଜେନା, ପ୍ରଣବ ରାଉତ, ରଞ୍ଜନ ପରିଡାଙ୍କ ସମତେ ଶତାଧିକ ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସ ପାଳିତ, ବ୍ଲକସ୍ତରୀୟ ଦୀପ ଦାନରେ ଯୋଗଦେଲେ ମନ୍ତ୍ରୀ ସୂରଜ








