Home ଜିଲ୍ଲା ପରିକ୍ରମା ଖଦାଳପୋଖରୀ ଗ୍ରାମ ପଂଚାୟତରେ ଶାନ୍ତି ଫେରାଇ ଆଣିବା ପାଇଁ ଖଦାଳପୋଖରୀ ଶାନ୍ତି କମିଟି ପକ୍ଷରୁ ଗଦି-ପଂଚୁଟିକ୍ରି...

ଖଦାଳପୋଖରୀ ଗ୍ରାମ ପଂଚାୟତରେ ଶାନ୍ତି ଫେରାଇ ଆଣିବା ପାଇଁ ଖଦାଳପୋଖରୀ ଶାନ୍ତି କମିଟି ପକ୍ଷରୁ ଗଦି-ପଂଚୁଟିକ୍ରି ରାସ୍ତାରୋକ

1

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖଦାଳପୋଖରୀ ଗ୍ରାମ ପଂଚାୟତରେ ନିୟମିତ ଅପରାଧ ଘଟାଉଥିବା ଅଭ୍ୟାସଗତ ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ କରିବା, ଖଦାଳପୋଖରୀ ଶାନ୍ତି କମିଟି ର ସଦସ୍ୟ ମାନଙ୍କ ନାମରେ ହୋଇଥିବା ମିଥ୍ୟା ମକଦ୍ଦମା ତୁରନ୍ତ ପ୍ରତ୍ୟାହାର କରିବା, ଖଦାଳପୋଖରୀ ଗ୍ରାମ ପଞ୍ଚାୟତରେ ଶାନ୍ତି ଫେରାଇ ଆଣିବା ଦାବିରେ ଖଦାଳପୋଖରୀ ଶାନ୍ତି କମିଟି ପକ୍ଷରୁ ଗଦି- ପଂଚୁଟିକ୍ରି ରାସ୍ତାରେ ଖଦାଳପୋଖରୀ ଛକ ନିକଟରେ ରାସ୍ତାରୋକ କରାଯାଇଛି । ଏହି ରାସ୍ତାରୋକ ଆନ୍ଦୋଳନରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ତଥା ଘେଂଟଶ୍ୱର ଆଂଚଳିକ ସୁରକ୍ଷା ମଂଚ ସଭାପତି ବିକାଶ ନାଥ, ଆଂଚଳିକ ସୁରକ୍ଷା ମଂଚ ସଂପାଦକ ଅଞ୍ଜନ ଦାସ, ଖଦାଳପୋଖରୀ ଶାନ୍ତି କମିଟି ସଭାପତି ଚନ୍ଦ୍ରମଣି ଦାସ, ଖଦାଳପୋଖରୀ ଶାନ୍ତି କମିଟି ସଂପାଦକ ଚକ୍ରଧର ଦାସ, ଘେଂଟଶ୍ୱର ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ନିରଞ୍ଜନ ନାଥ, ଶାନ୍ତି କମିଟି ସଭ୍ୟ ହାକିମ ଦାସ,ନବଘନ ବାରିକ୍‌, ଲକ୍ଷ୍ମୀଧର ବାରିକ୍‌, ସୁବାସ ଦାସ, ସୁରେନ୍ଦ୍ର ଦାସ, କୈଳାସ ଦାସ, ହରିହର ମାହୁନ୍ତ, ଶ୍ରୀଧର ନାଥ, ଯୁବନେତା ଦୀପକ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.