ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକର ମହାନ୍ତିପଡା ଠାରେ ଟେରାକୋଟା କାରିଗରଙ୍କ ପାଇଁ ସୃଜନିକା ଗୃହ (ସାଧାରଣ ସୁବିଧା କେନ୍ଦ୍ର) ନିର୍ମାଣ ନିମନ୍ତେ ବିଳମ୍ବରେ ରି-ଟେଣ୍ଡର ସିଡ୍ୟୁଲ ପ୍ରକାଶ ପାଇଛି । ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୮୩ ଲକ୍ଷ ୪୪ ହଜାର ୪୦ ଟଙ୍କା ରହିଛି । ଟେଣ୍ଡର ଦଲିଲ ଅନୁଯାୟୀ, ପ୍ରକଳ୍ପ କାର୍ଯ୍ୟକୁ ୪ ଭାଗରେ ବିଭକ୍ତି କରାଯାଇଛି । ମୂଳକୋଠା ନିର୍ମାଣ ପାଇଁ ୭୫ ଲକ୍ଷ ୩୭ ହଜାର ୫ ଶହ ୬୦ ଟଙ୍କା, ସ୍ଲିଟ ଏସି ସଂସ୍ଥାପନ ସହ ଆଭ୍ୟନ୍ତରୀଣ ବିଦ୍ୟୁତକରଣ ନିମନ୍ତେ ୩ ଲକ୍ଷ ୩୫ ହଜାର ୪ ଶହ ୧୧ ଟଙ୍କା, ପାନୀୟ ଜଳ ଓ ସାନିଟାରୀ କାର୍ଯ୍ୟ ଲାଗି ୨ ଲକ୍ଷ ୯୧ ହଜାର ୫ ଟଙ୍କା ଏବଂ ଗଭୀର ବୋରୱେଲ ଖୋଲିବା ପାଇଁ ୧ ଲକ୍ଷ ୮୦ ହଜାର ୬୩ ଟଙ୍କା ଅଟକଳ କରାଯାଇଛି । ଗତ ଜୁଲାଇ ୭ ରେ ବନ୍ତର ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ଭଦ୍ରକ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ(ବୈଷୟିକ)ଙ୍କ ଦ୍ୱାରା ଟେଣ୍ଡର ସିଡ୍ୟୁଲ ସ୍ୱାକ୍ଷରିତ ଓ ଅନୁମୋଦିତ ହୋଇ ନିର୍ଦ୍ଧାରିତ ସର୍ତାବଳୀ ଅନୁଯାୟୀ ଇଚ୍ଛୁକ ଠିକାଦାରଙ୍କ ଠାରୁ ପ୍ରସ୍ତାବିତ ମୂଲ୍ୟ ଦାଖଲ ପାଇଁ ଆହ୍ୱାନ କରାଯାଇଛି । ଏହା ନିର୍ମାଣ ହେଲେ ଜିଲ୍ଲାରେ ଥିବା ସର୍ବାଧିକ ଟେରାକୋଟା ଶିଳ୍ପୀ କାରିଗର ମାନେ ଉତ୍ପାଦନ, ପ୍ରଶିକ୍ଷଣ ଓ ବିପଣନ କ୍ଷେତ୍ରରେ ସୁବିଧା ପାଇ ପାରିବା ସହ ସେମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇ ପାରିବ । ପ୍ରକାଶଯେ ଏହି ବ୍ଲକର ମହାନ୍ତିପଡା ପଞ୍ଚାୟତର ତ୍ରିସାଲିଆ,କୁଣ୍ଡି, ବଉଳଢିହ, ମହାନ୍ତିପଡା ଆଦି ଗ୍ରାମରେ ୩ ଶହରୁ ଉର୍ଦ୍ଧ ଟେରାକୋଟା ଶିଳ୍ପୀ ରହିଛନ୍ତି । ଶିଳ୍ପୀ ମାନେ ମାଟିରେ ନିର୍ମର୍ିତ ମୂର୍ତର୍ର୍ି, କଣ୍ଢେଇ, ମାଟିଦୀପ, ଚା ଗ୍ଲାସ, ଫୁଲଦାନୀ ଆଦି ବ୍ୟବହାର ସାମଗ୍ରୀ ପ୍ରସ୍ତୁତ କରି ସରକାରୀ ପ୍ରଦର୍ଶନୀ ସହ ବଜାରରେ ବିକ୍ରୟ ବଟ୍ଟା କରି ଅର୍ଥ ରୋଜଗାର କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ହସ୍ତତନ୍ତ୍ର ଓ ବୟନଶିଳ୍ପ ବିଭାଗ ପକ୍ଷରୁ ଶିଳ୍ପୀ କାରିଗରଙ୍କୁ ସ୍ୱାବଲମ୍ବୀ କରିବା ନେଇ ସୃଜନିକା ଗୃହ ପାଇଁ ଦେଢ ବର୍ଷ ପୂର୍ବେ ଦେଢ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ସୃଜନିକା ଗୃହ ନିର୍ମାଣ ହେଲେ ଶିଳ୍ପୀ ମାନଙ୍କ ଦକ୍ଷତା ବିକାଶ ପାଇଁ ଉନ୍ନତ ଯନ୍ତ୍ରପାତି ବ୍ୟବହାର, ଗଚ୍ଛିତ ପାଇଁ ଉପଯୁକ୍ତ ସ୍ଥାନ, ଗୋଟିଏ ସ୍ଥାନରେ ବସି କାର୍ଯ୍ୟ କରିବା ସହଜକୁ ଦୃଷ୍ଟିରେ ରଖି ସ୍ଥାନୀୟ ପଚାଂୟତ କାର୍ଯ୍ୟାଳୟ ପାଶ୍ୱର୍ରେ ଥିବା ସରକାରୀ ଜମି ଚିହ୍ନଟ ହୋଇଥିଲା । ମାତ୍ର ବିଭାଗୀୟ ଅଧିକାରୀ, ତହସିଲ କର୍ତୂପକ୍ଷ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ବର୍ଷାଧିକ କାଳ ଧରି ଅର୍ଥ ପଡି ରହି ଫେରିଯିବାକୁ ବସିଥିବା ବେଳେ ଗତ ଜାନୁଆରୀ ୧୩ ତାରିଖ ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ପୂର୍ବର ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏବଂ ହସ୍ତଶିଳ୍ପ ଅଧିକାରୀ ଅମୀୟ ବେହେରାଙ୍କୁ ଭେଟି ସୃଜନିକା ଗୃହ କାର୍ଯ୍ୟ ଆରମ୍ଭ ନେଇ ଦାବି ଉପସ୍ଥାପନ କରିଥିଲେ । ଦୀର୍ଘ ଦାବି ପରେ ଗୃହ ନିର୍ମାଣ କାର୍ଯ୍ୟ ହେବାକୁ ଯାଉଥିବାରୁ କାରିଗର ଶିଳ୍ପୀ ଏଲିନା ସାହୁ, ଗୌରୀ ରଣା, ପାର୍ବତୀ ବେହେରା, ପ୍ରତିମା ସାହୁ, ନୟନା ବେହେରା, ନମିତା ରଣା, ପଙ୍କଜିନୀ ସାହୁ, ସରସ୍ୱତୀ ବେହେରା, ସାବିତ୍ରୀ ମୁଦୁଲି, ଛବିରାଣୀ ସାହୁ, ପ୍ରତିମା ମୁଦୁଲି, ମଞ୍ଜୁଲତା ସାହୁ, ତିଳୋତମା ବେହେରା, ସସ୍ମିତା ସାହୁ, ଉଷାଲତା ବେହେରା, ବାସନ୍ତି ବେହେରା, ଲକ୍ଷ୍ମୀପ୍ରିୟା ରଣା, କାମିନୀ ସାହୁ, ବିନିତା ସାହୁ, ଅନ୍ନପୂର୍ଣ୍ଣା ସାହୁ ପ୍ରମୁଖ ଖୁସି ପ୍ରକଟ୍ଟ କରିଛନ୍ତି ।








