ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ୨୦୨୬-୨୭ ଖରିଫ ଧାନକ୍ରୟ ପାଇଁ ଭଣ୍ଡାରିପୋଖରୀ ବ୍ଲକରେ ୧୨,୫୫୧ଜଣ କୃଷକ ପଞ୍ଜିକରଣ କରିଥିବା ଜଣାଯାଇଛି। ପଞ୍ଜିକରଣ ପାଇଁ ବର୍ଦ୍ଧିତ ଭାବେ ସେପ୍ଟେମ୍ବର ୭ ତାରି ତାରିଖ ଶେଷ ଦିବସ ରଖାଯାଇଥିଲା। ବ୍ଲକରେ ପୂର୍ବ ବର୍ଷ ୧୧,୩୯୩ କୃଷକ ପଞ୍ଜିକରଣ କରିଥିଲେ। ଚଳିତ ବର୍ଷ ବ୍ଲକରେ ୧,୧୫୮ ଜଣ ଅଧିକ କୃଷକ ପଞ୍ଜିକରଣ କରିଛନ୍ତି। ୨୦୨୫-୨୬ ବର୍ଷରେ ୮ଟି ପାକ୍ସ ଓ ୮ଟି ସ୍ୱୟଂସହାୟିକା ଗୋଷ୍ଠୀ ଦ୍ୱାରା କୃଷକ ପଞ୍ଜିକରଣ କରାଯାଇଥିଲା। ଚଳିତ ବର୍ଷ କେବଳ ୯ଟି ପ୍ରାଥମିକ କୃଷି ସମବାୟ ସମିତି ଦ୍ୱାରା କେବଳ ପଞ୍ଜିକରଣ କରାଯାଇଛି।








