Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ କଲେଜ ବିକାଶ ଅନୁଧ୍ୟାନ କଲେ ସାଂସଦ

ଭଣ୍ଡାରିପୋଖରୀ କଲେଜ ବିକାଶ ଅନୁଧ୍ୟାନ କଲେ ସାଂସଦ

5

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିକାଶ ଆବଶ୍ୟକତା ସାଂସଦ ଅଭିମନ୍ୟୁ ସେଠୀ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମଙ୍ଗଳବାର ଭଣ୍ଡାରିପୋଖରୀ ଗସ୍ତ ଅବସରରେ ବିଦ୍ୟାଳୟର ଏକାଦଶ ଓ ଦ୍ୱାଦଶ ଶ୍ରେଣୀ କଳା ବିଭାଗରେ ସ୍ଥାନ ସଂଖ୍ୟା ୨୫୬କୁ ବୃଦ୍ଧି, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ନୂତନ ଭାବେ ବିଜ୍ଞାନ ଓ ବାଣିଜ୍ୟ ଶିକ୍ଷାଦାନ ପାଇଁ ଅନୁମତି, ବିଦ୍ୟାଳୟର ପ୍ରାଚୀର ସମ୍ପୁର୍ଣ୍ଣକରଣ କରାଯିବା, ନୂତନ ଫାଟକ ନିର୍ମାଣ ସହ ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ କୃପାସିନ୍ଧୁ ସେଠୀ, ଅଧ୍ୟାପକ ଅନନ୍ତ କିଶୋର ମହାପାତ୍ର, ଆନନ୍ଦ ଚନ୍ଦ୍ର ନାୟକ, ହରିହର ସାହୁ, ଦିଲ୍ଲିପ ନାୟକ, ରଞ୍ଜନ କୁମାର ନାୟକ, ଗୀତାଞ୍ଜଳୀ ମହାନ୍ତି ପ୍ରମୁଖ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ସହ ୨୦୧୫ ମସିହାରୁ ନିଯୁକ୍ତି ପାଇଥିବା ଅଧ୍ୟାପିକା ଶ୍ରବଣୀ ଦାଶ, ମମିତାରାଣୀ ନାୟକ ଓ ଗିତାଞ୍ଜଳୀ ଦାସ (ମାସିକ ଦରମା) ସରକାରୀ ଅନୁଦାନ ପାଇଁ ସାଂସଦଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବି ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ବିଡିଓ ଦେବଦତତ୍ତ ଦାଶ, ମଣ୍ଡଳ ସଭାପତି ତରଣୀସେନ ଜେନା, ପ୍ରଣବ ରାଉତ, ପୂର୍ବତନ ଜିଲ୍ଲା ସଭାପତି ଅକ୍ଷୟ ସାହୁ, ଶ୍ରୀଧର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.