Home ଜିଲ୍ଲା ପରିକ୍ରମା ସାବରଙ୍ଗରେ ଗୁରୁ ଦିବସ ଓ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ସାବରଙ୍ଗରେ ଗୁରୁ ଦିବସ ଓ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଭବ୍ୟ ସମ୍ବର୍ଦ୍ଧନା

5

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ସାବରଙ୍ଗ ପଂଚାୟତ ମେଡିକାଲ ଛକ ସ୍ଥିତ ଜ୍ଞାନ ରଞ୍ଜନ ବଳଙ୍କ ସତ୍ୟ ସାଇ ଟ୍ୟୁସନ ସେଂଟର ପରିସରରେ ପବିତ୍ର ଗୁରୁ ଦିବସ ଏବଂ ଅବସରପ୍ରାପ୍ତ ଶିକ୍ଷକଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି।ଏହି ବିଶେଷ କାର୍ଯ୍ୟକ୍ରମରେ ଶ୍ୟାମ ସୁନ୍ଦର ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ମୁଖ୍ୟ ତଥା ଜନପ୍ରିୟ ଶିକ୍ଷକ ଜ୍ଞାନ ରଞ୍ଜନ ବଳଙ୍କ ସମେତ ଉପସ୍ଥିତ ଛାତ୍ରଛାତ୍ରୀମାନେ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗୁରୁ ଓ ଶିଷ୍ୟଙ୍କ ପବିତ୍ର ସମ୍ପର୍କକୁ ନେଇ ଆୟୋଜିତ ଏହି ସଭାରେ ପିଲାମାନେ ନିଜ ନିଜର ଗୁରୁଭକ୍ତି ପ୍ରକଟ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏହି ଅବସରରେ ଶିକ୍ଷା ଦାନ କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ଉଲ୍ଲେଖନୀୟ ଅବଦାନ ରଖି ସମାଜ ଗଠନରେ ବ୍ରତୀ ଥିବା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ସାମନ୍ତଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର ଭାବେ ମାନପତ୍ର ଦିଆ ଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ସହ ଅନ୍ୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷକ/ ଶିକ୍ଷୟତ୍ରୀ ବାଦଲ କିଶୋର ମହାପାତ୍ର , ହରେକୃଷ୍ଣ ବେହେରା , ବିଭୂତି ଭୂଷଣ ସାମନ୍ତ , ମଧୁସୂଦନ ପାଣିଗ୍ରାହୀ , ଉଦୟନାଥ ବେହେରା , ଅରୁଣ କୁମାର ମାହାପାତ୍ର , ମଞ୍ଜୁଲତା ନନ୍ଦ , କୈଳାଶ ଚନ୍ଦ୍ର ବଳ , ମହେଶ୍ୱର ସେନାପତି , ଶୈଳେନ୍ଦ୍ର ପଣ୍ଡା , ମହେନ୍ଦ୍ର ପାଣିଗ୍ରାହୀ , ମନ୍ମଥ ରାଉତ, ସନ୍ତୋଷ କୁମାର ଦାସଙ୍କର ନିଶ୍ଠାପର ଶିକ୍ଷାଦାନର ସ୍ମୃତି ଚାରଣ କରାଯାଇ ତାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ଏହି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶିକ୍ଷକ ଜ୍ଞାନ ରଞ୍ଜନ ବଳ ଅବସରପ୍ରାପ୍ତ ଗୁରୁଙ୍କର ଆଶୀର୍ବାଦ ଭିକ୍ଷା କରିବା ସହ ସେମାନଙ୍କର ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଂଟନ କରାଯିବା ସହ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.