Home ଜିଲ୍ଲା ପରିକ୍ରମା ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ,୨ପୂର୍ବତନ ଗୁରୁଙ୍କୁ ସମ୍ମାନୀତ

ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ,୨ପୂର୍ବତନ ଗୁରୁଙ୍କୁ ସମ୍ମାନୀତ

6

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ଥିବା ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ହୋଇଥିବା ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ କ୍ରୀଡା ଶିକ୍ଷକ ଲକ୍ଷ୍ମୀଧର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ନିଷ୍ପତି ଆଧାରରେ ଧାମରା ଅଂଚଳର ଅତି ପରିଚିତ ପ୍ରଧାନ ଶିକ୍ଷକ ଗୟାଧର ରାଉତ ଏବଂ କ୍ଷେତ୍ରବାସୀ ନାୟକଙ୍କୁ ମାନପତ୍ର ସହ ପୁରଷ୍କାର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ମାନେ ନିଜ ନିଜର ବକ୍ତବ୍ୟରେ ଗୁରୁ ପୂଜନ ଏବଂ ଗୁରୁ ମାନଙ୍କର ଦାୟିତ୍ୱ ଏବଂ ସମାଜ ସଂସ୍କାର ଉପରେ ସାର ଗର୍ଭକ ଭାଷଣ ପ୍ରଦାନ କରିଥିଲେ। ଆଜି ହୋଇଥିବା ଏହି ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷ ପ୍ରଭାତ କୁମାର ଦାସ, ମାନସ ରଞନ ଦାସ, ରାଜେନ୍ଦ୍ର ନାରାୟଣ ରାଉତ, ରାମ କୃଷ୍ନ ଦୁଆରୀ, ନିଶାକର ପାତ୍ର, ବିଜୟ କୁମାର ରାଉତ, ଜୟନ୍ତ କୁମାର ପଢିହାରୀ, ପ୍ରଫୁଲ କୁମାର ମଲିକ, ଜ୍ୟୋର୍ତିମୟୀ ବାରିକ, ମହିମା ନାୟକ, ଅନୁସୟା ମଲିକ, ନିରୁପମା ପଲେଈ, ଗିତାଞ୍ଜଳି ଏବଂ ପ୍ରକାଶ ସାର ପ୍ରମୁଖ ଉପସ୍ଥିତ ରହିବା ସହ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାକୁ ଉପଦେଶ ପ୍ରଦାନ କରିଥିଲେ। ଶେଷରେ ରାମକୃଷ୍ନ ଦୁଆରୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.