Home ଜିଲ୍ଲା ପରିକ୍ରମା ବାଇକରୁ ଗୋମାଂସ ଜବତ ଘଟଣାରେ ଜଣେ ଅଟକ

ବାଇକରୁ ଗୋମାଂସ ଜବତ ଘଟଣାରେ ଜଣେ ଅଟକ

4

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ ପୁରୁଣାହାଟ ନିକଟରେ ଶନିବାର ଅପରାହ୍ନରେ ଏକ ବାଇକରୁ ପୋଲିସ ଗୋମାଂସ ଜବତ କରିଥିବା ଜଣାଯାଇଛି । ଏହି ଘଟଣାରେ ଜଣେ ଗୋମାଂସ ଚାଲାଣ କାରୀଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଚଳାଇଥିବା ଜଣାଯାଇଛି। ଗୋ ମାଂସ ଚଳଙ୍କୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖା ଦେଇଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ ଜଣେ ଯୁବକ ଏକ ବୁରାରେ ଗୋମାଂସ ଭର୍ତି କରି ଭଦ୍ରକ ଅଭିମୁଖେ ଯାଉଥିଲେ । ସ୍ଥାନୀୟ କିଛି ଲୋକ ଏ ସମ୍ପର୍କରେ ଜାଣିବାକୁ ପାଇ ସେହି ଯୁବକଙ୍କୁ ଅଟକାଇ ଥିଲେ । ବୁରାରେ ଗୋମାଂସ ଥିବା ଜଣା ପଡ଼ିବାରୁ ଉତେଜନା ପ୍ରକାଶ ପାଇଥିଲା । ଲୋକେ ଉତ୍ୟକ୍ତ ହୋଇ ସେହି ଗୋମାଂସ ଚାଲାଣକାରୀଙ୍କୁ ମାଡ଼ ମାରିବା ସହ ତାଙ୍କ ବାଇକ ଭଙ୍ଗାରୁଜା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚିବାରୁ ଉତେଜନା ଶାନ୍ତ ପଡିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.